ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଟି-୨୦ କ୍ରିକେଟର ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବିରାଟ କୋହଲି ଯେଉଁ ସଫଳତା ହାସଲ କରିଛନ୍ତି, ଭାରତର ଅନ୍ୟ କୌଣସି ବ୍ୟାଟସମ୍ୟାନ ଏପର୍ଯ୍ୟନ୍ତ ତାହା ହାସଲ କରିପାରି ନାହାଁନ୍ତି।

ଏପର୍ଯ୍ୟନ୍ତ କେବଳ ୫ ଜଣ ବ୍ୟାଟସମ୍ୟାନ ଟି-୨୦ କ୍ରିକେଟରେ ୧୩ ହଜାରରୁ ଅଧିକ ରନ କରିପାରିଛନ୍ତି। ଟି-୨୦ କ୍ରିକେଟ ଅର୍ଥ ହେଉଛି ଟି-୨୦ ଅନ୍ତର୍ଜାତୀୟ ଏବଂ ଆଇପିଏଲରେ ମିଳିତ ଭାବରେ ହୋଇଥିବା ରନ। ଭାରତୀୟ ଖେଳାଳିମାନେ କେବଳ IPLରେ ଖେଳନ୍ତି, କିନ୍ତୁ ଅନ୍ୟ ବ୍ୟାଟସମ୍ୟାନମାନେ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ଲିଗରେ ଅଂଶଗ୍ରହଣ କରନ୍ତି। ସେହି ରନ ଗୁଡ଼ିକୁ ମଧ୍ୟ ଏଥିରେ ଯୋଡା ଯାଇଛି। କୋହଲି ଏବେ ଟି-୨୦ କ୍ରିକେଟରେ ୧୩ ହଜାର ରନ ଛୁଇଁ ସାରିଛନ୍ତି। ସେ ଏପରି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ ହେଉଛନ୍ତି କ୍ରିସ ଗେଲ। ସେ ୪୬୩ଟି ମ୍ୟାଚ ଖେଳି ୧୪୫୬୨ ରନ କରିଛନ୍ତି। ଏହା ପରେ ଆଲେକ୍ସ ହେଲ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪୯୪ଟି ମ୍ୟାଚ ଖେଳି ୧୩୬୧୦ ରନ କରିଛନ୍ତି। ପାକିସ୍ତାନର ସୋଏବ ମଲିକ ୫୫୫ ଟି-୨୦ ମ୍ୟାଚ ଖେଳି ୧୩୫୫୭ ରନ କରିପାରିଛନ୍ତି। ଏହା ପରେ କିରନ ପୋଲାର୍ଡ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୬୯୫ ଟି-୨୦ ମ୍ୟାଚ ଖେଳି ୧୩୫୩୭ ରନ କରିଛନ୍ତି।

ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୪୦୩ଟି ମ୍ୟାଚ ଖେଳି ୧୩୦୦୦ ରନ ପୂରଣ କରିଛନ୍ତି। ଏହି ମ୍ୟାଚ ପୂର୍ବରୁ ତାଙ୍କ ନାମରେ ୧୨୯୮୩ ରନ ଥିଲା। ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ତାଙ୍କୁ ଆଉ ମାତ୍ର ୧୭ ରନ ଆବଶ୍ୟକ ଥିଲା, ଯାହାକୁ ସେ ବହୁତ ଶୀଘ୍ର ପୂରଣ କରିଥିଲେ। କୌଣସି ଭାରତୀୟ ବ୍ୟାଟସମ୍ୟାନ ଏହି ମାଇଲଖୁଣ୍ଟ ଛୁଇଁ ନ ଥିଲେ। ବିରାଟ କୋହଲିଙ୍କ ପଛରେ ଡେଭିଡ ୱାର୍ନର ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୩୯୯ ଟି-୨୦ ମ୍ୟାଚ ଖେଳି ୧୨୯୧୩ ରନ କରିଛନ୍ତି। ୱାର୍ନର ଏବେ ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହାନ୍ତି, କିନ୍ତୁ ତାଙ୍କୁ ବିଭିନ୍ନ କ୍ରିକେଟ୍‌ ଲିଗ୍‌ରେ ଖେଳୁଥିବା ଦେଖାଯାଏ। ତାଙ୍କ ପାଖରେ ୧୩ ହଜାର ରନ କରିବାର ସୁଯୋଗ ମଧ୍ୟ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri