Categories: ଖେଳ

କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା: ଅଧିନାୟକ ପଦରେ ରହିବେ ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ସୀମିତ ଓଭର କ୍ରିକେଟରେ ଦଳର ଅଧିନାୟକତ୍ୱ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର କୋଷାଧ୍ୟକ୍ଷ ଅରୁଣ ଧୁମାଲ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ନିରର୍ଥକ ଏବଂ ଏହିପରି କିଛି ଘଟିବ ନାହିଁ ବୋଲି ଧୁମଲ କହିଛନ୍ତି। ଏ ବିଷୟରେ କେବଳ ଗଣମାଧ୍ୟମରେ ଆଲୋଚନା ଚାଲିଛି। ବିସିସିଆଇ ଏ ବିଷୟରେ ଆଲୋଚନା କରିନାହିଁ। ବିରାଟ ସମସ୍ତ ଫର୍ମାଟରେ ଦଳର ଅଧିନାୟକ ରହିବେ। କୋହଲି ଜଣେ ଅଧିନାୟକ ଭାବରେ ଟେଷ୍ଟରେ ବହୁତ ସଫଳ ହୋଇଛନ୍ତି। କିନ୍ତୁ ସୀମିତ ଓଭର କ୍ରିକେଟରେ ସେ ଅଧିକ ସଫଳତା ପାଇନାହାନ୍ତି। ସେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାଁନ୍ତି। ତାଙ୍କର ବିଫଳତା ହେତୁ ରୋହିତଙ୍କୁ ଦିନିକିଆ ଏବଂ ଟି -୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏପରି କୌଣସି ଆଲୋଚନା ହୋଇ ନାହିଁ ବୋଲି ଧୁମଲ କହିଛନ୍ତି।

Share