Posted inଖେଳ

ପିତା ହେବା ପୂର୍ବରୁ ଏହି ଖେଳାଳିଙ୍କଠାରୁ ଶିକ୍ଷା ନେବାକୁ ଚାହୁଁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ବର୍ଷ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଖେଳ ଏବଂ ପିତା ହେବା ଦାୟିତ୍ୱକୁ ଭଲ ଭାବେ ପାଳନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତର ୬ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମସି ମେରିକମଙ୍କ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି। ବିରାଟ କୋହଲି ମେରିକମଙ୍କୁ ଏକ ଇନଷ୍ଟାଗ୍ରାମ ଚାଟରେ କହିଛନ୍ତି, ମାତାପିତାଙ୍କ ଭୂମିକା ଏବଂ ବ୍ୟସ୍ତବହୁଳ କ୍ୟାରିୟରକୁ ସନ୍ତୁଳନ କରିବା ବିଷୟରେ ତୁମଠାରୁ ଭଲ କେହି ନାହାନ୍ତି। କୋହଲି ୩୭ ବର୍ଷିୟ ମେରିକମଙ୍କୁ ପଚାରିଥିଲେ, ପ୍ରଥମେ ତୁମେ ଜଣେ ମା। ଆପଣ କିପରି ଅଭ୍ୟାସ କଲେ, ଏତେ ଚାମ୍ପିଅନସିପରେ ଅଂଶଗ୍ରହଣ କଲେ? ଜଣେ ମା’ ହୋଇ ଖେଳରେ ଏତେ ବଡ ସଫଳତା କିପରି ପାଇଲେ। ଏହାର ଜବାବରେ ୩ ସନ୍ତାନର ମା’ ମେରିକମ କହିଥିଲେ ଯେ ପରିବାରର ସାହାଯ୍ୟ ବିନା ଏହା ସମ୍ଭବ ନୁହେଁ। ମୋ ସ୍ବାମୀ ମୋତେ ବହୁତ ସମର୍ଥନ କଲେ। ମୁଁ ଚାହୁଁଥିବା ସମସ୍ତ ଜିନିଷର ଯତ୍ନ ନେଲେ। ସେ ଜଣେ ଆଦର୍ଶ ସ୍ବାମୀ ଏବଂ ପିତା। ଏହା ବ୍ୟତୀତ ମୋ ପିଲାମାନେ କାହାଠାରୁ କମ ନୁହଁନ୍ତି।
କୋହଲି କହିଛନ୍ତି ଯେ ପ୍ରତ୍ୟେକ ମାତାପିତା ମେରିକମଙ୍କ ଦ୍ୱାରା ପ୍ରଦର୍ଶିତ ରାସ୍ତାରେ ଚାଲିପାରିବେ। ସେ କେବଳ ଦେଶର ମହିଳା ବକ୍ସର ନୁହଁନ୍ତି ସମସ୍ତଙ୍କ ପାଇଁ ଆଦର୍ଶ ଅଟନ୍ତି। ସମସ୍ତ ପ୍ରତିକୂଳତା ଏବଂ କମ ସୁବିଧା ଏବଂ ଅନ୍ୟାନ୍ୟ ଆହ୍ବାନ ସତ୍ତ୍ୱେ ସେ ଖେଳରେ ଏତେ ସଫଳତା ହାସଲ କରିଛନ୍ତି। ଆଗକୁ ମୁଁ ମଧ୍ୟ ତାଙ୍କ ପଥକୁ ଅନୁସରଣ କରିବି ବୋଲି ବିରାଟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri