Posted inଖେଳ

କୋହଲିଙ୍କ ଉଇକେଟକୁ ନେଇ ବିବାଦ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ବଡ଼ ବିବାଦ ଦେଖାଦେଇଛି। ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ ଯେଉଁଭଳି ଭାବେ ଆଉଟ୍‌ ଦିଆଯାଇଛି, ତାହା ଉପରେ ପ୍ରଶ୍ନ ଉଠିଛି। କେବଳ ପ୍ରଶଂସକ ନୁହନ୍ତି କୋହଲି ଏବଂ ଟିମ୍‌ ଇଣ୍ଡିଆ ପରିଚାଳନା ବିଭାଗ ଏହି ଉଇକେଟକୁ ନେଇ ନିରାଶ ନଜର ଆସିଛନ୍ତି।

ଭାରତ ଇନିଂସର ୫୦ତମ ଓଭରରେ ମାଥ୍ୟୁ କୁନ୍ହେମାନ କୋହଲିଙ୍କୁ ବୋଲିଂ କରିଥିଲେ, ତାହା ପ୍ୟାଡ୍‌ରେ ବାଜିଥିଲା। ଅମ୍ପାୟାର ଏହାକୁ ଆଉଟ୍‌ ଦେଇଥିଲେ। ପରେ ବିରାଟ ଏହାର ରିଭ୍ୟୁ ନେଇଥିଲେ। ସେଥିରେ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ମିଳି ନ ଥିଲା। ଏଣୁ ଅମ୍ପାୟାରଙ୍କ କଲ୍‌ ଯୋଗୁ ତାଙ୍କୁ ଆଉଟ୍‌ ଦିଆଯାଇଥିଲା।

ଥର୍ଡ ଅମ୍ପାୟାର ଆଉଟ୍‌ ଦେବା ପରେ କୋହଲି ରାଗିଯାଇ ନିଷ୍ପତ୍ତିରେ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ। ଡ୍ରେସିଂ ରୁମ୍‌ରେ ବସିଥିବା ଟିମ୍‌ ଇଣ୍ଡିଆର ପରିଚାଳନା ନିଷ୍ପତ୍ତିରେ ଖୁସି ନ ଥିଲା। କୋଚ୍‌ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ମଧ୍ୟ ଖୁସି ନ ଥିଲେ। କାରଣ ଦଳର ଖରାପ ଇନିଂସ ବେଳେ ମଙ୍ଗ ସମ୍ଭାଳିଥିଲେ କୋହଲି।

କୋହଲିଙ୍କ ଏହି ଉଇକେଟ ନେଇ ଅନେକ ହଙ୍ଗାମା ହୋଇଛି। ଅନେକ ଭେଟେରାନ ଏଥିନେଇ ଅମ୍ପାୟାରଙ୍କୁ ପ୍ରଶ୍ନ କରିଛନ୍ତି। ଓ୍ବାସିମ ଜାଫର ଟୁଇଟ କରି ଏହା ତାଙ୍କ ପାଇଁ ନଟ୍‌ ଆଉଟ୍‌ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri