Categories: ଖେଳ

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ସ୍ତ୍ରୀ ଅନୁଷ୍କା ଏବଂ ଝିଅ ଭାମିକାଙ୍କ ଫଟୋ ସହ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରି ମହିଳା ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି କୋହଲି। ବିରାଟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଫଟୋରେ ଅନୁଷ୍କା ଝିଅ ଭାମିକାଙ୍କୁ ସହ ଖେଳୁଥିବାର ନଜର ଆସିଛନ୍ତି। ଫଟୋ ସହିତ ବିରାଟ ଲେଖିଛନ୍ତି – ପିଲାଟିଏ ଜନ୍ମ ହେବା ଏକ ଚକିତ, ଅବିଶ୍ୱସନୀୟ ଏବଂ ଅଦ୍ଭୁତ ଅନୁଭୂତି। ଏହା ଦେଖିବା ପରେ, ଆପଣ ଜଣେ ନାରୀର ପ୍ରକୃତ ଶକ୍ତି ଏବଂ ଇଶ୍ୱରୀୟତା ବୁଝାପଡେ। ଇଶ୍ବର ସେମାନଙ୍କ ମଧ୍ୟରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି, ତାହାର କାରଣ ହେଉଛି ସେମାନେ ପୁରୁଷଙ୍କ ଅପେକ୍ଷା ବହୁତ ଶକ୍ତିଶାଳୀ । ମୋ ଜୀବନର ସର୍ବଶ୍ରେଷ୍ଠ, ଦୟାଳୁ ଏବଂ ଶକ୍ତିଶାଳୀ ମହିଳା ଏବଂ ସେ ବଡ ହୋଇ ନିଜ ମା’ ପରି ହେବ। ଦୁନିଆର ସମସ୍ତ ଅଦ୍ଭୁତ ମହିଳାଙ୍କୁ ମହିଳା ଦିବସ ଶୁଭେଚ୍ଛା ବୋଲି କୋହଲି କହିଛନ୍ତି।
ଜାନୁୟାରୀ ୧୧ରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଝିଅର ମାତାପିତା ହୋଇଥିଲେ। ବିରାଟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଥିଲେ। ଫେବୃଆରୀ ୧, ଜନ୍ମର ୨୧ ଦିନ ପରେ ଅନୁଷ୍କା ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ଶେୟାର କରି ନାମ ପ୍ରକାଶ କରିଥିଲେ।

Share