Categories: ଖେଳ

ବିରାଟ କୋହଲି ଦୁଃଖରେ ଭାଙ୍ଗି ପଡ଼ିଲେ…

ନୂଆଦିଲ୍ଲୀ,୨୨।୫: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁଃଖରେ ପଡ଼ିଛନ୍ତି। ତାଙ୍କ ପିଲାଦିନ କୋଚ୍‌ ସୁରେଶ ବାତ୍ରାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାତ୍ରାଙ୍କୁ ୫୩ ବର୍ଷ ହୋଇଥିଲା। ଗୁରୁବାର ସକାଳେ ବାତ୍ରା ଠାକୁରଙ୍କୁ ପ୍ରାର୍ଥନା କରିବା ପରେ ହଠାତ୍‌ ପଡ଼ିଯାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। କୋହଲି ଓ୍ବେଷ୍ଟ୍‌ ଦିଲ୍ଲୀ କ୍ରିକେଟ ଏକାଡ଼ମୀରେ ରାଜକୁମାର ଶର୍ମାଙ୍କଠାରୁ କୋଚିଂ ନେଉଥିବାବେଳେ ସେଠାରେ ବାତ୍ରା ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ।  କୋହଲିଙ୍କୁ ୯ ବର୍ଷ ହୋଇଥିବାବେଳେ ବାତ୍ରା ତାଙ୍କର ପ୍ରତିଭା ସମ୍ପର୍କର ଜାଣିପାରିଥିଲେ। କୋହଲିଙ୍କୁ ବ୍ୟାଟିଂ ଶିକ୍ଷାଦେବାରେ ବାତ୍ରାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।

Share