Posted inଖେଳ

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ହୋଇଛନ୍ତି। କଠିନ ପରିଶ୍ରମ ଏବଂ ପିତାଙ୍କ ସଂଘର୍ଷ ଯୋଗୁ ସେ ଆସି ଏହି ଶିଖରରେ ପହଞ୍ଚିଛନ୍ତି। କୋହଲିଙ୍କ ପିତା ପ୍ରେମ କୋହଲି ପୁଅର ସ୍ବପ୍ନକୁ ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ଚଳିତ ବର୍ଷ ମେ ମାସରେ ବିରାଟ କୋହଲି ନିଜ କ୍ୟାରିୟର୍‌ ବିଷୟରେ ଏକ ଖୁଲାସା କରିଥିଲେ। ସୁନୀଲ ଛେତ୍ରୀଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ କୋହଲି କହିଥିଲେ ଯେ, ଏକଦା ରାଜ୍ୟ କ୍ରିକେଟ ଦଳରେ ଚୟନ ପାଇଁ ପିତାଙ୍କୁ ଟଙ୍କା ଲାଞ୍ଚ ମଗାଯାଇଥିଲା। ସେ ଭଲ ଖେଳୁଥିବାରୁ ଥରେ ରାଜ୍ୟ କ୍ରିକେଟର ଜଣେ ସଦସ୍ୟ ଆସି ତାଙ୍କ ପିତାଙ୍କୁ କହିଥିଲେ ଯେ ଚୟନରେ କୌଣସି ଅସୁବିଧା ନାହିଁ, କିନ୍ତୁ ଏଥିପାଇଁ ତାଙ୍କୁ ଅତିରିକ୍ତ କିଛି କରିବାକୁ ପଡିବ। ଅର୍ଥାତ୍‌ ସେମାନେ ଟଙ୍କା ମାଗୁଥିଲେ। ସେ ଯାହା ମାଗୁଥିଲେ ତାହା ବୁଝାପଡିଲା। କିନ୍ତୁ ତାଙ୍କ ପିତା କଠିନ ପରିଶ୍ରମରେ ଜଣେ ଓକିଲ ହୋଇଥିଲେ। ତେଣୁ କଠିନ ପରିଶ୍ରମ କରୁଥିବା ଲୋକେ ଲାଞ୍ଚ ଦେବାକୁ ବିଶ୍ୱାସ କରନ୍ତି ନାହିଁ। କୋହଲି କହିଥିଲେ ଯେ ତାଙ୍କ ପିତା କୋଚଙ୍କୁ ଏହା ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କ ପୁଅ ଯାହା କରିବ ନିଜ ପରିଶ୍ରମରେ କରିବ। ଅନ୍ୟ କୌଣସି ଲାଞ୍ଚ ନେଇ ସେ ଖେଳିବ ନାହିଁ। ସେତେବେଳେ ମୁଁ ଭୟରେ ବହୁତ କାନ୍ଦୁଥିଲି। କିନ୍ତୁ ପିତା ବୁଝାଇ କହିଥିଲେ ସେ ଏମିତି କିଛି କର ଯାହା ଅନ୍ୟ କେହି କରୁ ନ ଥିବେ। ସେବେଠାରୁ ମୋ ଚିନ୍ତାଧାରା ବଦଳିଯାଇଥିଲା ବୋଲି କୋହଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri