Categories: ଖେଳ

ନିଜ କାର୍‌ ବିକିଲେ ବିରାଟ କୋହଲି: ଦାମ୍‌ ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କାର୍‌ କଲେକ୍ସନ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ବିଭିନ୍ନ କମ୍ପାନୀର କାର୍‌ ରହିଛି। ଏଥିରେ ଅଡି, ବିଏମଡବ୍ଲୁ ଠାରୁ ଆରମ୍ଭ କରି ଅନେକ କମ୍ପାନୀ ପର୍ଯ୍ୟନ୍ତ କାର ସାମିଲ ଅଛି। ଏବେ ତାଙ୍କ ଦ୍ୱାରା ବ୍ୟବହୃତ ଏହିପରି କାର୍‌ ଲମ୍ବୋର୍ଗିନି ଗାଲାର୍ଡୋ ସ୍ପାଇଡର୍‌ ସେ ବିକ୍ରି କରିଛନ୍ତି। ବିରାଟ ଏହି କମଳା ରଙ୍ଗର କାରକୁ ୨୦୧୫ରେ କିଣିଥିଲେ ଏବଂ ଏହାକୁ କେବଳ କିଛି ମାସ ପାଇଁ ବ୍ୟବହାର କରିଥିଲେ। ଏବେ ଏହି ହାଇ ସ୍ପିଡ କାରର ମୂଲ୍ୟ ହେଉଛି ୧.୩୫ କୋଟି ଟଙ୍କା।
ଏହି କାର ଏତେ ଦ୍ରୁତ ଅଟେ ଯେ, ଏହା ମାତ୍ର ୪ ସେକେଣ୍ଡରେ ୦ ରୁ ୧୦୦କିଲୋମିଟର ବେଗ ଧରିଥାଏ। ଏହି କାରର ସର୍ବୋଚ୍ଚ ଗତି ହେଉଛି ୩୨୪ କିଲୋମିଟର। ଏହା ୫.୨ ଲିଟର ଭି୧୦ ଇଞ୍ଜିନ ଦ୍ୱାରା ଚାଳିତ, ଯାହା ଏହି ଯାନକୁ ଅତୁଳନୀୟ ଶକ୍ତି ଦେଇଥାଏ। ଶେଷ ଗାଲାର୍ଡୋ ମଡେଲ ୨୦୧୫ରେ ବାହାରିଥିଲା। ବିରାଟ ଏହି କାରକୁ ଅଳ୍ପ ସମୟ ପାଇଁ ବ୍ୟବହାର କରିବା ପରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଚିରେ ଅବସ୍ଥିତ ରୟାଲ ଡ୍ରାଇଭ୍‌ର ମାର୍କେଟିଂ ମ୍ୟାନେଜର ନିଶ୍ଚିତ କରିଛନ୍ତି ଯେ, ବିରାଟଙ୍କ ଲମ୍ବୋର୍ଗିନି ବିକ୍ରୟ ପାଇଁ ପ୍ରସ୍ତୁତ। ଏହି କାରଟି ମାତ୍ର ୧୦ ହଜାର କିଲୋମିଟର ଚାଲିଛି।
କୋଚିର ମାର୍କେଟିଂ ମ୍ୟାନେଜର ଆହୁରି କହିଛନ୍ତି ଯେ, ଏହି କାରକୁ ରୟାଲ ଡ୍ରାଇଭ ଚଳିତ ବର୍ଷ ଜାନୁଆରୀରେ କୋଲକାତାର କାର ଡିଲରଙ୍କଠାରୁ କିଣିଛି। ଏହା ହେଉଛି ଏକ ୨୦୧୩ ମଡେଲ ଲମ୍ବୋର୍ଗିନି, ଯାହା କୋହଲିଙ୍କ ଦ୍ୱାରା ଅଳ୍ପ ଦିନ ପାଇଁ ବ୍ୟବହୃତ ହୋଇଥିଲା। ଜାନୁଆରୀ ୨୦୨୧ରେ ଆମେ ଏହି ସେଲିବ୍ରିଟି କାରକୁ କୋଲକାତାର ଏକ ପ୍ରିମିୟମ ଏବଂ ବିଳାସପୂର୍ଣ୍ଣ ପ୍ରି-ମାଲିକ କାର ଡିଲରଙ୍କଠାରୁ କିଣିଥିଲୁ ବୋଲି ସେ କହିଛନ୍ତି।

Share