Posted inଖେଳ

ପିତୃତ୍ୱ ଛୁଟି ଆବେଦନ କଲେ କୋହଲି, ଧୋନୀଙ୍କ ବଳିଦାନକୁ ମନେ ପକାଇଦେଲେ ପ୍ରଶଂସକ

ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବ। ସ୍ତ୍ରୀ ଅନୁଷ୍କାଙ୍କୁ ସମୟ ଦେବା ପାଇଁ କୋହଲି ଗସ୍ତ ମଝିରେ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲି ଅଷ୍ଟ୍ରେଲିଆରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ କେବଳ ଗୋଟିଏ ଟେଷ୍ଟ ଖେଳି ଭାରତକୁ ଫେରିବେ। ଏନେଇ ବିସିସିଆଇ ମଧ୍ୟ ତାଙ୍କୁ ପିତୃତ୍ୱ ଛୁଟିକୁ ମଞ୍ଜୁରୀ ଦେଇଛି। ଏନେଇ ସୋସିଆସିଆଲ ମିଡିଆରେ କୋହଲିଙ୍କ ପ୍ରଶଂସକମାନେ କହିଛନ୍ତି ଯେ, ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ରେ କୋହଲି ଅଧାରୁ ଫେରିବା ଠିକ ନୁହେଁ। ଏଥି ସହ କେହି କେହି କହିଛନ୍ତି ଯେ କୋହଲି ତାଙ୍କ ଦାୟିତ୍ୱରୁ ଦୂରେଇ ଯାଉଛନ୍ତି। କିଛି ପ୍ରଶଂସକ କହିଛନ୍ତି ଯେ ୨୦୧୫ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କର ମଧ୍ୟ ସମାନ ଅବସ୍ଥା ଥିଲା କିନ୍ତୁ ସେ ଘରକୁ ଫେରି ନ ଥିଲେ। ଧୋନୀ ସେତେବେଳେ ଅଷ୍ଟ୍ରେଲିଆରେ ଥିଲେ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ଝିଅ ଜିଭାଙ୍କୁ ଜନ୍ମ ଦେଇଥିଲେ। ଧୋନୀଙ୍କ ଝିଅ ଫେବୃଆରୀ ୬ ରେ ଜନ୍ମ ହୋଇଥିଲେ। ଏହାର ଦୁଇ ଦିନ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳିବାର ଥିଲା। ସେତେବେଳେ ଧୋନୀଙ୍କୁ ଭାରତ ନ ଫେରିବା ନେଇ ପ୍ରଶ୍ନ ମଧ୍ୟ କରାଯାଇଥିଲା। ଏହାର ଜବାବରେ ଧୋନୀ କହିଥିଲେ ମୁଁ ଦେଶର କର୍ତ୍ତବ୍ୟରେ ଅଛି,ବିଶ୍ୱକପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଜାନୁଆରୀ ପ୍ରଥମ ସପ୍ତାହରେ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ ଜନ୍ମଦେବେ। ସୋମବାର ବିସିସିଆଇ ଏହା ନିଶ୍ଚିତ କରିଛି। ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳିବା ପରେ କୋହଲି ଭାରତ ଫେରିବେ। ତାଙ୍କ ଯୋଜନା ବିଷୟରେ କୋହଲି ପୂର୍ବରୁ ବୋର୍ଡକୁ ସୂଚନା ଦେଇଥିଲେ। ଏବେ ବିସିସିଆଇ ତାଙ୍କ ପିତୃତ୍ୱ ଛୁଟିକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?