Posted inଖେଳ

ପିତୃତ୍ୱ ଛୁଟି ଆବେଦନ କଲେ କୋହଲି, ଧୋନୀଙ୍କ ବଳିଦାନକୁ ମନେ ପକାଇଦେଲେ ପ୍ରଶଂସକ

ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବ। ସ୍ତ୍ରୀ ଅନୁଷ୍କାଙ୍କୁ ସମୟ ଦେବା ପାଇଁ କୋହଲି ଗସ୍ତ ମଝିରେ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲି ଅଷ୍ଟ୍ରେଲିଆରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ କେବଳ ଗୋଟିଏ ଟେଷ୍ଟ ଖେଳି ଭାରତକୁ ଫେରିବେ। ଏନେଇ ବିସିସିଆଇ ମଧ୍ୟ ତାଙ୍କୁ ପିତୃତ୍ୱ ଛୁଟିକୁ ମଞ୍ଜୁରୀ ଦେଇଛି। ଏନେଇ ସୋସିଆସିଆଲ ମିଡିଆରେ କୋହଲିଙ୍କ ପ୍ରଶଂସକମାନେ କହିଛନ୍ତି ଯେ, ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ରେ କୋହଲି ଅଧାରୁ ଫେରିବା ଠିକ ନୁହେଁ। ଏଥି ସହ କେହି କେହି କହିଛନ୍ତି ଯେ କୋହଲି ତାଙ୍କ ଦାୟିତ୍ୱରୁ ଦୂରେଇ ଯାଉଛନ୍ତି। କିଛି ପ୍ରଶଂସକ କହିଛନ୍ତି ଯେ ୨୦୧୫ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କର ମଧ୍ୟ ସମାନ ଅବସ୍ଥା ଥିଲା କିନ୍ତୁ ସେ ଘରକୁ ଫେରି ନ ଥିଲେ। ଧୋନୀ ସେତେବେଳେ ଅଷ୍ଟ୍ରେଲିଆରେ ଥିଲେ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ଝିଅ ଜିଭାଙ୍କୁ ଜନ୍ମ ଦେଇଥିଲେ। ଧୋନୀଙ୍କ ଝିଅ ଫେବୃଆରୀ ୬ ରେ ଜନ୍ମ ହୋଇଥିଲେ। ଏହାର ଦୁଇ ଦିନ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳିବାର ଥିଲା। ସେତେବେଳେ ଧୋନୀଙ୍କୁ ଭାରତ ନ ଫେରିବା ନେଇ ପ୍ରଶ୍ନ ମଧ୍ୟ କରାଯାଇଥିଲା। ଏହାର ଜବାବରେ ଧୋନୀ କହିଥିଲେ ମୁଁ ଦେଶର କର୍ତ୍ତବ୍ୟରେ ଅଛି,ବିଶ୍ୱକପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଜାନୁଆରୀ ପ୍ରଥମ ସପ୍ତାହରେ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ ଜନ୍ମଦେବେ। ସୋମବାର ବିସିସିଆଇ ଏହା ନିଶ୍ଚିତ କରିଛି। ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳିବା ପରେ କୋହଲି ଭାରତ ଫେରିବେ। ତାଙ୍କ ଯୋଜନା ବିଷୟରେ କୋହଲି ପୂର୍ବରୁ ବୋର୍ଡକୁ ସୂଚନା ଦେଇଥିଲେ। ଏବେ ବିସିସିଆଇ ତାଙ୍କ ପିତୃତ୍ୱ ଛୁଟିକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri