ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ନିଜ କାର୍ଯ୍ୟକଳାପକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ମସ୍ତିମଜାକର ଫଟୋ ଓ ଭିଡିଓ ତ କେତେବେଳେ ପ୍ରେରଣାଦାୟକ ବାର୍ତ୍ତା ଶେୟାର କରିଥାନ୍ତି। ବିରୁଷ୍କା ଶେୟାର କରିଥିବା ସମସ୍ତ ଫଟୋ ଓ ଭିଡ଼ିଓକୁ ବେଶ୍‌ ପସନ୍ଦ କରୁଥିବା ବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଇତିମଧ୍ୟରେ ବିରାଟ ଓ ଅନୁଷ୍କାଙ୍କ ଏକ ବିଜ୍ଞାପନର ଶୁଟିଂର ଥ୍ରୋ ବ୍ୟାକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ବିରାଟ ଅନୁଷ୍କାଙ୍କୁ ଚିଡ଼ାଉଥିବାରୁ ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଫଟୋଟି ହେଉଛି ଓ୍ବେଡିଂ କ୍ଲଥିଂ ବ୍ରାଣ୍ଡ ମାନ୍ୟବରର। ଯେଉଁଥିରେ ଅନୁଷ୍କା ଓ ବିରାଟ ବର କନ୍ୟାଙ୍କ ସହ ନଜର ଆସିଛନ୍ତି। ଏଥିରେ ବିରାଟ ଅନୁଷ୍କାଙ୍କୁ ଜିଭ ଦେଖାଇ ଚିଡ଼ାଉଥିବା ବେଳେ ଅନୁଷ୍କା ମଧ୍ୟ ହସୁଥିବାର ଦେଖିବାକୁ ମିଳିଛି। ଏହି ବିଜ୍ଞାପନର ଭିଡିଓ ୨୦୧୮ରେ ରିଲିଜ୍‌ ହୋଇଥିଲା। ଏହି ଭିଡିଓକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି।

Share