Posted inଖେଳ

ବିଜୟ ସହ ରେକର୍ଡ କଲେ କୋହଲି, ଏହି ଅଷ୍ଟ୍ରେଲିୟ ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଚମକିଛି ଭାରତୀୟ ଟିମ୍‌। ଦଳ ଇଂଲଣ୍ଡକୁ ଗୋଟିଏ ପାଳି ଏବଂ ୨୫ ରନ୍‌ ବ୍ୟବଧାନରେ ପରାଜିତ କରି ୩-୧ରେ ସିରିଜ ବିଜେତା ହୋଇଛି। ଏଥିସହ ଅଧିନାୟକ ବିରାଟ କୋହଲି ନିଜ ନାମରେ ଏକ ରେକର୍ଡ କରିଛନ୍ତି। ସେ ମହାନ ସ୍ବଦେଶରେ ଷ୍ଟିଭ୍‌ ଓ୍ବ‌ଙ୍କୁ ଟପିଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ଇଂଲଣ୍ଡ ଟିମ୍‌। ପ୍ରଥମ ପାଳିରେ ଦଳ ୨୦୫ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଏହାର ଜବାବରେ ଭାରତୀୟ ଟିମ୍‌ ୩୬୫ରନ୍‌ କରିଥିଲେ। ପ୍ରଥମ ପାଳି ଆଧାରରେ ୧୬୦ରନ୍‌ରେ ଆଗୁଆ ଥିବା ଭାରତୀୟ ଟିମ୍‌ ପରେ ଇଂଲଣ୍ଡକୁ ଦ୍ୱିତୀୟ ପାଳିରେ ୧୩୫ରନ୍‌ରେ ଅଲ୍‌ଆଉଟ୍‌ କରିନେଇଥିଲା। ଫଳରେ ଭାରତ ସହଜ ବିଜୟ ହାସଲ କରିଥିଲା। ଏହି ବିଜୟ ସହ ବିରାଟ ସ୍ବଦେଶରେ ସବୁଠାରୁ ଅଧିକ ମ୍ୟାଚ୍‌ ଜିତିବା ଅଧିନାୟକ କ୍ଷେତ୍ରରେ ଓ୍ବ‌ଙ୍କୁ ପଛରେ ଛାଡ଼ିଛନ୍ତି। ଏଯାବତ ବିରାଟଙ୍କ ନେତୃତ୍ୱରେ ଦଳ ୨୩ ଟେଷ୍ଟ ମ୍ୟାଚ୍‌ ଜିତିଛି। ସେହିଭଳି ଓ୍ବ‌ ଅଷ୍ଟ୍ରେଲିଆରେ ୨୨ଟି ଟେଷ୍ଟରେ ବିଜେତା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri