କପିଲଙ୍କ ଶୋ’ ଦେଖିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଅନେକ ସେଲିବ୍ରିଟି ଆସି ସେମାନଙ୍କ ଜୀବନ ସହ ଜଡିତ କାହାଣୀ ବାଣ୍ଟନ୍ତି। ଥରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କପିଲଙ୍କ ଶୋ’କୁ ଆସିଥିଲେ। ଏଠାରେ କୋହଲି ଏକ ମଜାଦାର କଥା ଶେୟାର କରିଥିଲେ। ଏହି ଶୋ’ ଦେଖିବା ପାଇଁ ତାଙ୍କୁ କିପରି ୩ ଲକ୍ଷ ଟଙ୍କା ଦେବାକୁ ପଡିବ ଥିଲା। ଭାରତୀୟ ଦଳକୁ ସମୟ ମିଳିଲେ, ସମସ୍ତେ ଏକାଠି ବସି କପିଲ ଶର୍ମାଙ୍କ ସୋ ଦେଖିବାକୁ ପସନ୍ଦ କରନ୍ତି ବୋଳି କୋହଲି କହିଥିଲେ। ସେ କହିଥିଲେ ଯେ, ଶ୍ରୀଲଙ୍କା ଗସ୍ତରେ ବିମାନବନ୍ଦରରେ ଅପେକ୍ଷା କରିଥିଲୁ। ମୁଁ ବିରକ୍ତ ହେଉଥିଲି, ଭାବିଲି ଚାଲ କିଛି ଦେଖିବା। ସେଠାରେ ଅପେକ୍ଷା କରିବାବେଳେ ବହୁତ ଡେରି ହୋଇଯାଇଥିଲା। ମୁଁ ଜାଣି ନ ଥିଲି ଯେ ମୋର ୱାଇଫାଇ ନାହିଁ।
ମୁଁ କେବଳ ଭାରତରେ ମୋର ୩ଜି ସେଲୁଲାର୍‌ ନେଟୱାର୍କରେ ଏହି ଶୋ’ ଦେଖୁଥିଲି। ଏକ ଘଣ୍ଟା ଇଣ୍ଟରନ୍ୟାସନାଲ ରୋମିଂରେ କପିଲଙ୍କ ସହ କମେଡି ନାଇଟ ଦେଖିଲୁ। ସେତେବେଳେ ମୋ ଭାଇର କଲ ଆସିଲା । ସେ କହିଲେ ତୋର ଫୋନ ବିଲ ୩ ଲକ୍ଷ ଆସିଛି। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି କୋହଲି କହିଥିଲେ।

Share