Posted inଖେଳ

‘କୋହଲିଙ୍କ ଏଭଳି ବ୍ୟବହାର ପାଇଁ ଦଳର କ୍ଷତି ହେଉଛି’

ନୂଆଦିଲ୍ଲୀ,୭।୧: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ଏହାଛଡ଼ା ମଇଦାନରେ ନିଜର ଆକ୍ରାମକ ସ୍ବଭାବ ଏବଂ ବିରୋଧୀ ଟିମ୍‌ର ଦର୍ଶକଙ୍କୁ ଜବାବ ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି ମାମଲାରେ ଏବେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ସେ ମଇଦାନରେ ଦର୍ଶକଙ୍କୁ ପ୍ରତିକ୍ରିୟା ଦେବାକୁ ନାପସନ୍ଦ କରିବା ସହ ଏପରି ବ୍ୟବହାର ଯୋଗୁ ଭାରତୀୟ ଟିମ୍‌ର କ୍ଷତି ହେଉଥିବା କହିଛନ୍ତି।
କୋହଲି ଅନ୍ତିମ ଟେଷ୍ଟରେ ଦର୍ଶକଙ୍କ ହୁଟିଂର ଜବାବ ଦେବାକୁ ଯାଇ ସ୍ୟାଣ୍ଡପେପର ବିବାଦକୁ ମନେ ପକାଇ ଦେଇଥିଲେ। ସେ ପକେଟକୁ ଖାଲି କରି ସେଥିରେ ସ୍ୟାଣ୍ଡପେପର ନ ଥିବା ଦେଖାଇଥିଲେ। ସେ ଏଭଳି କରିବା ଦ୍ୱାରା ଟିମ୍‌ ଇଣ୍ଡିଆର କ୍ଷତି ହୋଇଥିବା ଗାଭାସ୍କର କହିଛନ୍ତି।
ଗାଭାସ୍କର ସିଡନୀ ହେରାଲ୍ଡରେ ନିଜର ସ୍ତମ୍ଭରେ ଲେଖିଛନ୍ତି,କୋହଲିଙ୍କୁ ଏହା ଭାବିବା ଉଚିତ ଯେ ସେ ଦର୍ଶକଙ୍କ ସହ ଯାହା କରୁଛନ୍ତି ତାହାଦ୍ୱାରା ପୁରା ଟିମ୍‌ ଉପରେ ଚାପ ସୃଷ୍ଟି ହେଉଛି। ସେ ମଧ୍ୟ ଦର୍ଶକଙ୍କ ଟାର୍ଗେଟକୁ ଆସୁଛନ୍ତି। ଜଣେ ବରିଷ୍ଠ ଖେଳାଳି ଭାବେ ଏଭଳି କରିବା ଠିକ୍‌ ନ ଥିଲା। ସେ କାନ୍ଧ ବାଡେଇ ଯାହା କରିଥିଲେ ତାହା କ୍ରିକେଟ ନ ଥିଲା। ଭାରତୀୟ ଖେଳାଳି ଉକୁସାଇବାର ଜବାବ ଦେଇଥାନ୍ତି ହେଲେ କୋନଷ୍ଟାସ୍‌ ମାମଲାରେ ଏଭଳି କିଛି ନ ଥିଲା। ଖେଳାଳିଙ୍କୁ ପରେ ଜଣାପଡେ ଯେ ଦର୍ଶକଙ୍କୁ ପ୍ରତିକ୍ରିୟା ଦେଲେ କିଛି ଲାଭ ମିଳେନାହିଁ। ସେମାନେ ମ୍ୟାଚ୍‌ରେ କିଛି ଭଲ ସମୟ ବିତାଇବାକୁ ଆସିଥାନ୍ତି। ସେ ବ୍ୟକ୍ତିଗତ କାରଣରୁ ଖେଳାଳିଙ୍କୁ ହୁଟିଂ କରି ନ ଥାନ୍ତି, ସେମାନେ ନିଜର ମନୋରଞ୍ଜନ ପାଇଁ ସେଭଳି କରିଥାନ୍ତି। ଏହା ଉପରେ ପ୍ରତିକ୍ରିୟା ଦେବାରେ କୌଣସି ଲାଭ ମିଳେନାହିଁ, ବରଂ କ୍ଷତି ହୋଇଥାଏ ବୋଲି ଗାଭାସ୍କର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri