Categories: ଖେଳ

ବିରାଟ-ଅନୁଷ୍କାଙ୍କ ରୋମାଣ୍ଟିକ୍‌ ଫଟୋ ଉଠାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଦେଖିଲେ କହିବେ ସାବାସ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଏବେ ୟୁଏଇରେ ଅଛନ୍ତି। ସେ ବିରାଟ ଖେଳୁଥିବା ମ୍ୟାଚ୍‌ ବେଳେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି। ସମୟ ମିଳିଲେ କୋହଲି ଅନୁଷ୍କାଙ୍କୁ ସମୟ ଦେବାକୁ ପଛାଉନାହାନ୍ତି। ରାଜସ୍ଥାନଠାରୁ ବେଙ୍ଗାଲୁରୁ ମ୍ୟାଚ୍‌ ଜିତିବା ପରେ ଅନୁଷ୍କା ସହ ବିରାଟ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସଙ୍କ ଦ୍ୱାରା ଉଠାଯାଇଥିବା ଏହି ଫଟୋରେ ବିରୁଷ୍କାଙ୍କୁ ଆରବିୟାନ୍‌ ଗଲ୍ଫରେ ରୋମାଣ୍ଟିକ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏହି ଫଟୋ ଦୁବାଇସ୍ଥିତ ଆଟଲାଣ୍ଟିକ୍ସ, ଦ ପାମ୍‌ ରିସୋର୍ଟରେ ଉଠାଯାଇଛି। ଏହି ଫଟୋ ଦେଖି ପ୍ରଶଂସକ ଫଟୋଗ୍ରାଫର ଡିଭିଲିୟର୍ସଙ୍କୁ ସାବାସ୍‌ କହିବାକୁ ଭୁଲୁନାହାନ୍ତି। କିଛି ସେଲିବ୍ରିଟି ମଧ୍ୟ ଏହି ଫଟୋକୁ ପ୍ରଶଂସା କରୁଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିରାଟ କୋହଲି ଆଗାମୀ ବର୍ଷ ଜାନୁଆରୀରେ ପିତା ହେବେ ବୋଲି ଘୋଷଣା କରିଥିଲେ।

Share