Categories: ଖେଳ

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସୁଛି। ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି, ଟି -୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବାର ସମ୍ଭାବନା ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଏସବୁ କ’ଣ ଚାଲିଛି ମୋତେ ଜଣା ନାହିଁ ବୋଲି ସେ କହିଛନ୍ତି।
ଟିମ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଏହି ଦାୟିତ୍ୱପାଇଁ ପୂର୍ବରୁ ପ୍ରସ୍ତୁତ ନ ଥିଲେ କିନ୍ତୁ ବିସିସିଆଇର ଜିଦ ପରେ ସେ ଏଥିରେ ରାଜି ହୋଇଥିଲେ। ବିରାଟ କୋହଲିଙ୍କୁ ରାହୁଲ ଦ୍ରାବିଡଙ୍କ କୋଚ ହେବା ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ, ସେ ଦିଗରେ କଣ ଚାଲିଛି ମୋର କୌଣସି ଧାରଣା ନାହିଁ ବୋଲି ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ଉଦଘାଟନୀ ପର୍ଯ୍ୟାୟର ମ୍ୟାଚ ପୂର୍ବରୁ କହିଛନ୍ତି। ୟୁଏଇ ଏବଂ ଓମାନରେ ବିଶ୍ୱକପ୍‌ ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହେବ।
ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି, ୪୮ ବର୍ଷୀୟ ରାହୁଲ ଦ୍ରାବିଡ ଗତ ୬ ବର୍ଷ ଧରି ଭାରତୀୟ ‘ଏ’ ଏବଂ ଅଣ୍ଡର -୧୯ ଦଳର ଦାୟିତ୍ୱରେ ଅଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ରିଷଭ ପନ୍ତ, ଆବେଶ ଖାନ, ପୃଥ୍ବୀ ଶ’, ହନୁମା ବିହାରୀ ଏବଂ ଶୁଭମାନ ଗିଲଙ୍କ ଭଳି ଖେଳାଳି ଜୁନିଅର ସ୍ତରରୁ ଜାତୀୟ ଦଳ କିମ୍ବା ସିନିୟର ସ୍ତରକୁ ଯାତ୍ରା କରିଛନ୍ତି। ରାହୁଲ ଦ୍ରାବିଡ ବର୍ତ୍ତମାନ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଅଟନ୍ତି। ଭାରତୀୟ ଦଳର ଦାୟିତ୍ୱ ସହିତ ଜଡିତ ବିସ୍ତୃତ ଆଲୋଚନା ପାଇଁ ସେ ନିକଟରେ ଆଇପିଏଲ ୨୦୨୧ ସମୟରେ ଦୁବାଇରେ ଥିଲେ।

Share