Categories: ଖେଳ

କ୍ରିକେଟର ‘ବିରାଟ’ ବାଦ୍‌ଶାହ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ବିଶ୍ୱକ୍ରିକେଟରେ ରାଜ୍‌ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ ଦେବେ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ୧୯୮୮ ମସିହା, ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ। ୨୦୦୮ ଶ୍ରୀଲଙ୍କା ବିପକ୍ଷରେ ଅଗଷ୍ଟ ୧୮ରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏପର୍ଯ୍ୟନ୍ତ ସେ ୮୬ଟି ଷ୍ଟେ ଖେଳି ୫୩.୬ ହାରରେ ମୋଟ ୭୨୪୦ ରନ୍‌ କରିଛନ୍ତି। ସେଥିମଧ୍ୟରୁ ୨୭ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ୨୪୮ଟି ଏକ ଦିବସୀୟ ମ୍ୟାଚ୍‌ରୁ ୫୯.୩ହାରରେ ୧୧୮୬୭ ରନ୍‌ କରିଛନ୍ତି। ସେଥିମଧ୍ୟରେ ୪୩ଟି ଶତକ ଏବଂ ୫୮ଟି ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ୮୨ଟି ମ୍ୟାଚରୁ ୫୦.୮ ହାରରେ ୨୭୯୪ ରନ୍‌ କରିଛନ୍ତି। ସେଥିରେ ୩୯ଟି ଅର୍ଦ୍ଧଶତକ ସାମିଲ ଅଛି।

Share