Categories: ଖେଳ

କେଏଲ୍‌ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୭।୩: ଲଗାତାର ଭାବେ ବ୍ୟାଟିଂରେ ବିଫଳ ହେବାକୁ ନେଇ ସମାଲୋଚିତ ହେଉଛନ୍ତି ଓପନର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜର ୩ ମ୍ୟାଚ୍‌ରେ ସେ ମାତ୍ର ୧ ରନ୍‌ କରିଛନ୍ତି। ଏଣୁ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯାଉ ବୋଲି କ୍ରିକେଟ ପ୍ରଶଂସକମାନେ କହୁଛନ୍ତି। ଏଭଳି ସ୍ଥିତିରେ କେ.ଏଲ୍‌ଙ୍କ ସପକ୍ଷରେ ବାହାରିଛନ୍ତି ଅଧିନାୟକ ବିରାଟ କୋହଲି।

ସେ କହିଛନ୍ତି, ବେଳେବେଳେ ଟି୨୦ କ୍ରିକେଟରେ ଏଭଳି ହୋଇଥାଏ। ପୁଣି ଥରେ ନିଜ ଫର୍ମକୁ ଫେରିବା ଲାଗି କିଛି ବଲ୍‌ର ଆବଶ୍ୟକତା ରହିଥାଏ। କେ.ଏଲ୍‌ ଜଣେ ଚାମ୍ପିୟନ ଖେଳାଳି। ଗତ ଦୁଇରୁ ତିନି ବର୍ଷର ତାଙ୍କ ରେକର୍ଡ ଦେଖିଲେ ସେ ଜଣେ ଭରସାଯୋଗ୍ୟ ଖେଳାଳି। ଟି୨୦ ଖେଳୁଥିବା ଅନେକ ଖେଳାଳିଙ୍କଠାରୁ ସେ ବହୁତ ଭଲ ମଧ୍ୟ। ଏଣୁ ସେ ଶୀର୍ଷକ୍ରମରେ ରୋହିତ ଶର୍ମାଙ୍କ ସହ ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ ରହିବେ। ଆମେ ସେ ବିଷୟରେ ଚିନ୍ତା କରୁନାହୁଁ। ସେ ଯେକୌଣସି ସମୟରେ ପୁରୁଣା ଫର୍ମକୁ ଫେରିପାରନ୍ତି ବୋଲି ସେ କହିଛନ୍ତି।

Share