Categories: ଖେଳ

ନିଜ ରୋଜଗାରକୁ ନେଇ କୋହଲିଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୨।୮: ଭାରତୀୟ ଟିମ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ବିରାଟ କୋହଲି ଏବେ ଭଲ ଫର୍ମରେ ଅଛନ୍ତି। ଏହାକୁ ନେଇ ଆଲୋଚନା ଥମି ନ ଥିବା ବେଳେ ଏବେ ତାଙ୍କ ରୋଜଗାରକୁ ନେଇ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଛି। କିଛିଦିନ ତଳେ ହପର ହେଡକ୍ୱାର୍ଟର ପକ୍ଷରୁ ଏକ ତାଲିକା ପ୍ରକାଶ ପାଇତିଲା। ଏଥିରେ ବିରାଟ କୋହଲି ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ଲାଗି ପ୍ରାୟ ୧୧.୪୮ କୋଟି ଟଙ୍କା ରୋଜଗାର କରୁଥିବା କୁହାଯାଇଥିଲା। ହେଲେ ଏବେ ବିରାଟ ନିଜେ ରୋଜଗାର ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

ବିରାଟ କହିଛନ୍ତି, ଜୀବନରେ ଯାହା କିଛି ବି ମିଳିଛି ତା ପ୍ରତି ଋଣି ରହିବି। ହେଲେ ସୋସିଆଲ ମିଡିଆରେ ମୋର ରୋଜଗାର ବିଷୟରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସତ୍ୟ ନୁହେଁ।

କହିରଖୁଛୁ, ଇନଷ୍ଟାଗ୍ରାମରେ ବିରାଟଙ୍କ ୨୫୬ ମିଲିୟନ ଫଲୋଅର୍ସ ଅଛନ୍ତି। ସେହିଭଳି ଫେସବୁକ୍‌ରେ ୫୦ ମିଲିୟନ ଏବଂ ଟୁଇଟରରେ ୫୧.୧ ମିଲିୟନ ଫଲୋଅର୍ସ ଅଛନ୍ତି।

Share