Categories: ଖେଳ

ଘର କିଣିଲେ ବିରାଟ କୋହଲି, ଦାମ୍‌ ଜାଣିଲେ

ମୁମ୍ବାଇ,୨୪।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୩ ଫେବୃଆରୀରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ ଅଞ୍ଚଳରେ ଅବସ୍ଥିତ ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ୬ କୋଟି ଟଙ୍କା। ଆଲିବାଗ ଅଞ୍ଚଳରେ ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଏହା ହେଉଛି ଦ୍ୱିତୀୟ ଘର। ଏହାପୂର୍ବରୁ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇର ୱର୍ଲି ଅଞ୍ଚଳର ଓମକର ଟାୱାରରେ ଏକ ଘର କିଣିଥିଲେ। ଆଲିବାଗ ଅଞ୍ଚଳରେ ଅବସ୍ଥିତ ବିରାଟର ଏହି ଭିଲ୍ଲା ମଧ୍ୟ ବହୁତ ବିଳାସପୂର୍ଣ୍ଣ ଅଟେ। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଆବାସଟି ମାଣ୍ଡୱା ଜେଟିଠାରୁ ୫ ମିନିଟ ଦୂରରେ ଅବସ୍ଥିତ।
ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି ଯେଉଁଥିପାଇଁ ତାଙ୍କ ଭାଇ ବିକାଶ କୋହଲି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ପଞ୍ଜୀକରଣ ଆନୁଷ୍ଠାନିକତା ପୂରଣ କରିବାକୁ ଯାଇଥିଲେ। ଏହି କାରବାର ପାଇଁ କୋହଲି ୩୬ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ଏହି ଚୁକ୍ତିରେ ବିରାଟଙ୍କୁ ୪୦୦ ବର୍ଗଫୁଟ ସୁଇମିଂ ପୁଲ ମଧ୍ୟ ମିଳିବ।
୧ ସେପ୍ଟେମ୍ବର ୨୦୨୨ରେ ବିରାଟ କୋହଲି ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ୧୯.୨୪ କୋଟି ଟଙ୍କାରେ ଜିରାଦ ଭିଲେଜ୍‌ରେ ୩୬,୦୫୯ ବର୍ଗଫୁଟ ଉପରେ ବିସ୍ତାରିତ ଏକ ଫାର୍ମହାଉସ କିଣିଥିଲେ।

Share