Categories: ଖେଳ

ଆଉଟ୍‌ ହେବା ପରେ ରାଗରେ ଏମିତି କଲେ କୋହଲି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। ମୋଇନ ଅଲିଙ୍କ ବଲରେ ଆଉଟ୍‌ ହେବା ପରେ ୩୨ ବର୍ଷୀୟ ବ୍ୟାଟ୍ସମ୍ୟାନ ରାଗରେ ଡ୍ରେସିଂ ରୁମ୍‌ କାନ୍ଥକୁ ମୁଥା ମାରିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଧିରେ ଧିରେ ବ୍ୟାଟିଂ ପାଇଁ ବେଶ୍‌ ଉପଯୋଗୀ ହୋଇ ଚାଲିଥିବା ଓଭାଲ ପିଚ୍‌ରେ କୋହଲି ପୂରା ଜମି ସାରିଥିଲେ। ପୂରା ଇନିଂସରେ ଅଫ୍‌ ଷ୍ଟମ୍ପ ଲାଇନ ବଲକୁ ସତର୍କତା ସହ ଖେଳିଥିଲେ କୋହଲି। ଏପରି କି ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା କିଛି ଚିତାକର୍ଷକ କଭର ଡ୍ରାଇଭ୍‌। ଲାଗୁଥିଲା ଏହି ଇନିଂସରେ କୋହଲି ତାଙ୍କ ଶତକ ଅପେକ୍ଷାକୁ ପୂରଣ କରିବେ। କିନ୍ତୁ ମୋଇନଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ସ୍ଲିପ ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌ରେ ପହଞ୍ଚିବା ପରେ ରାଗରେ କାନ୍ଥକୁ ମୁଥା ମାରିଥିଲେ।

Share