Categories: ଖେଳ

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ ମୋଟ ୧୧ ଉଇକେଟ ନେଇ ଚକିତ କରିଥିଲେ। ଏଥିନେଇ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ଅକ୍ଷରଙ୍କ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ଅଧିନାୟକ ବିରାଟ କୋହଲି ଗୁଜରାଟି ଭାଷାରେ ସ୍ପିନରଙ୍କ ପ୍ରଶଂସା କରିଛନ୍ତି। ଏହାଶୁଣି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ହସି ହସି ଗଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଲ୍ଲେଖନୀୟ ବୋଲିଂ କରି ଟେଷ୍ଟର ଉଭୟ ପାଳିରେ ଅଶ୍ୱିନ ଏବଂ ଅକ୍ଷର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ପ୍ରଥମେ ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ କରିପାରିଥିବା ବେଳେ ଦ୍ୱିତୀୟ ପାଳିରେ ମଧ୍ୟ ଅନୂରୁପ ଅବସ୍ଥା ହୋଇଥିଲା। ଏହାକୁ ନେଇ କୋହଲି ହାର୍ଦ୍ଦିକ ଏବଂ ଅକ୍ଷରଙ୍କ ସହ କଥା ହେଉଥିବା ବେଳେ ଗୁଜରାଟୀରେ ‘ଏ ବାପୁ ଥାରି ବୋଲିଂ କମାଲ୍‌ ଛେ’ ବୋଲି କହିଥିଲେ। ଓଡ଼ିଆରେ କହିଲେ ହେ ବନ୍ଧୁ ତୁମେ ଆଜି ବେଶ୍‌ ଭଲ ବୋଲିଂ କରିଛ ବୋଲି କୋହଲି କହିଥିଲେ। ଏହା ଶୁଣି ଉଭୟ ଖେଳାଳି ହସିଥିବା ନଜର ଆସିଥିଲା।

ପଡ଼ିଆ ବାହାରେ କୋହଲି ଅକ୍ଷରଙ୍କ ପ୍ରଶଂସା କରି କହିଥିଲେ, ଯେତେବେଳେ ଜାଡେଜା ଆହତ ହେଲେ ଅନେକଙ୍କୁ ଚିନ୍ତା ଆସିଥିଲା। କାରଣ ସେ ନିଜର ଓଭର ଶୀଘ୍ର ଶେଷ କରିଥାନ୍ତି। ହେଲେ ପରେ ଅକ୍ଷର ଆସିଲେ। ଦେଖିବାକୁ ଡେଙ୍ଗା ହୋଇଥିବା ବେଳେ ସେଭଳି ବୋଲିଂ ମଧ୍ୟ ସେ କରନ୍ତି। ଗୁଜରାଟୀମାନଙ୍କ ବୋଲିଂ ଏବଂ ବ୍ୟାଟିଂ ବିଷୟରେ କିଛି ବୁଝାପଡେନି। କାରଣ ତାଙ୍କ ବଲ୍‌କୁ ତୁମେ ସୁଇପ କରିପାରିବ ନାହିଁ ନା ଡିଫେଣ୍ଡ କରିପାରିବ। ସେମାନେ ଲଗାତାର ଭାବେ ଆକ୍ରମକ ବୋଲିଂ କରିଥାନ୍ତି। ଯଦି ଉଇକେଟ ଭଲ ରହିଲା ତେବେ ଅକ୍ଷର ଭୟଙ୍କର ସାବ୍ୟସ୍ତ ହୋଇପାରନ୍ତି ବୋଲି କୋହଲି କହିଛନ୍ତି।

Share