Categories: ଖେଳ

ଲମ୍ବା ଚୁଟି, ଘଞ୍ଚ ଦାଢ଼ି ସହ ଚଷମା; ଜାଣନ୍ତୁ କେଉଁ କାରଣରୁ ଭାଇରାଲ ହେଉଛି କୋହଲିଙ୍କ ଏହି ନୂଆ ଲୁକ୍‌…

ନୂଆଦିଲ୍ଲୀ,୨୫।୫: ଆଇପିଏଲ୍‌ ପରେ ଅନେକ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ହିସାବରେ ତାଙ୍କର ସୋସିଆଲ ମିଡିଆରେ ପ୍ରଶଂସକ ଅଧିକ। ଏଥିପାଇଁ ଫଟୋ ହେଉ ଅଥବା ଭିଡିଓ, ଶେୟାର କରାଯିବା ମାତ୍ରେ ତାହା ଭାଇରାଲ ହେବାକୁ କେଇ ସେକେଣ୍ଡ ସମୟ ନେଇଥାଏ। ଏବେ କୋହଲିଙ୍କ ସେଭଳି ଏକ ଫଟୋ ଭାଇରାଲ ହେଉଛି। ଫଟୋରେ କ୍ରିକେଟର ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି ଏବଂ ଚଷମା ପିନ୍ଧିଛନ୍ତି। କିଛି ପ୍ରଶଂସକ ଏଥିରେ ମଜାଦାର କମେଣ୍ଟ ଦେଉଥିବା ବେଳେ କିଛି ମେମେ ପ୍ରସ୍ତୁତ କରି ଶେୟାର କରୁଛନ୍ତି। ହେଲେ ଫଟୋଟି ଫଟୋଶପ୍‌ ଯୋଗେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

କିଛି ଲୋକ କୋହଲିଙ୍କ ଏହି ଫଟୋଶପ୍‌ କ୍ୱାରାଣ୍ଟାଇନ୍‌ ଲୁକ୍‌ର ତୁଳନା ଲୋକପ୍ରିୟ ଓ୍ବେବ୍‌ ସିରିଜ ମନି ହେଇଷ୍ଟ ଚରିତ୍ର ପ୍ରଫେସରଙ୍କ ସହ କରୁଛନ୍ତି। କିଛି କୋହଲିଙ୍କ କବିର ସିଂହ ଭଳି ଲୁକ୍‌ ବୋଲି କହୁଛନ୍ତି। ଆଉ କିଛି ସେ ଇଞ୍ଜିନିୟର ଭଳି ନଜର ଆସୁଥିବା ମଧ୍ୟ କହିଛନ୍ତି।

କହିରଖୁଛୁ, କୋହଲି ଏବେ ବମ୍ବେରେ ହୋମ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସେ ଖୁବ୍‌ଶୀଘ୍ର ଇଂଲଣ୍ଡ ଗସ୍ତ ପାଇଁ ନିର୍ଦ୍ଧାରିତ ଭାରତୀୟ ଟିମ୍‌ ବବଲ୍‌ରେ ସାମିଲ ହେବେ। କାରଣ ଦଳ ଜୁନ ୨ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ। ଜୁନ ୧୮ରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପରେ ବିରାଟ ସେନା ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।

Share