Categories: ଖେଳ

ଚହଲଙ୍କ ଦୁଷ୍ଟ କହିଲେ ଏହି କ୍ରିକେଟର୍‌

ଦୁବାଇ,୨୩।୧୦: ଆଇପିଏଲ୍‌ରେ ୨୦୨୦ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (ଆରସିବି)ଦଳ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି। ମ୍ୟାଚ୍‌ ପରେ ମଜା କରୁଥିବା ନଜର ଆସୁଛନ୍ତି। ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଭ୍ୟାସ ଅଧିବେଶନ ବେଳର ଏକ ଫଟୋ ଅଧିନାୟକ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋରେ ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡିକଲ, ମହମ୍ମଦ ସିରାଜଙ୍କ ସହ ନିଜେ କୋହଲି ନଜର ଆସିଛନ୍ତି। ସେ କ୍ୟାପଶନ୍‌ରେ ଲେଖିଥିଲେ, ପୁଣିଥରେ ସ୍କୁଲ ଦିନ ମନେ ପଡିଗଲା। ଗୋଟିଏ ଶ୍ରେଣୀର ଚାରି ଜଣ ପିଲା ଏବଂ ଡି’ଭିଲିୟର୍ସ ସେହି ପିଲା ଯିଏ ତାଙ୍କ ହୋମ ୱାର୍କ ଶେଷ କରି ଦେଇଛନ୍ତି। ଅତ୍ୟ ତିନି ଜଣ ଭଲ ଭାବରେ ଜାଣିଛନ୍ତି ଯେ ହୋମ ଓ୍ବାର୍କ କରି ନ ଥିବାରୁ ସେମାନେ ଅସୁବିଧାରେ ପଡିବା ଏକପ୍ରକାର ନିଶ୍ଚିତ।
ଏହି ଫଟୋକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ସ୍ପିନର ରସିଦ ଖାନ ଓ ଆରସିବି ସ୍ପିନର ୟୁଜବେନ୍ଦ୍ର ଚହଲ ମଜାଳିଆ କମେଣ୍ଟ ଦେଇଥିଲେ। ଫଟୋରେ ସିରାଜଙ୍କ ଭାବଭଙ୍ଗୀକୁ ଦେଖି ରସିଦ କହିଥିଲେ ଶିକ୍ଷକ ହୋମୱାର୍କ ଦେଇଛନ୍ତି ବୋଲି ବି ସିରାଜ ଆଦୌ ଜାଣି ନାହାନ୍ତି। ଚହଲ ତୁରନ୍ତ ତାଙ୍କ ସହ ଯୋଗଦେଇ ଫଟୋରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇଥିଲେ। ସେ ଲେଖିଥିଲେ, ମୁଁ ଖସିକି କ୍ଲାସ୍‌କୁ ଯାଇ ନ ଥିଲି, କାରଣ ଆଜି ହୋମୱାର୍କ ଚେକ ହେବାର ଥିଲା। ରସିଦ ଏହାର ଉତ୍ତର ଦେଇ କହିଥିଲେ ଯେ ତୁମ ଭଳିଆ ଦୁଷ୍ଟ ପିଲାଙ୍କୁ ସ୍କୁଲକୁ ଅବିଭାବକଙ୍କୁ ଆଣି ଅନୁପସ୍ଥିତିର ଠୋସ କାରଣ ଦେବାକୁ ପଡିବ।

Share