Posted inଖେଳ

ଶତକ ହାସଲ ପରେ ବି ନିଜ ଦୁର୍ବଳତା ବିଷୟରେ ଖୋଲି କହିଦେଲେ ବିରାଟ କୋହଲି

ଦୁବାଇ,୨୪।୨: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ପ୍ରମୁଖ ହିରୋ ସାଜିଥିଲେ। ଏହି ମ୍ୟାଚ୍‌ରେ ବିରାଟ ୧୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ କରିଥିଲେ। ତାଙ୍କ ଇନିଂସ ଯୋଗୁ ଭାରତୀୟ ଦଳ ୨୪୨ ରନର ଟାର୍ଗେଟକୁ ବହୁତ ସହଜରେ ହାସଲ କରିଥିଲା। ତାଙ୍କର ଐତିହାସିକ ଇନିଂସ ପରେ ବିରାଟ କୋହଲି ତାଙ୍କର ଦୁର୍ବଳତା ବିଷୟରେ ମଧ୍ୟ କହିଥିଲେ, ଯାହା ତାଙ୍କୁ ଗତ କିଛି ବର୍ଷ ମଧ୍ୟରେ ବହୁତ କଷ୍ଟ ଦେଇଛି।
ବିରାଟ କୋହଲି ସ୍ବୀକାର କରିଛନ୍ତି, ତାଙ୍କର ଟ୍ରେଡମାର୍କ କଭର ଡ୍ରାଇଭ ତାଙ୍କୁ ଏକ କଷ୍ଟକର ସ୍ଥିତିରେ ପକାଇଛି। କାରଣ ଏହା ଗତକିଛି ଦିନ ହେବ ତାଙ୍କର ଦୁର୍ବଳତା ସାଜିଛି। ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ବିରାଟ କହିଛନ୍ତି, ଏହା ଏକ କଷ୍ଟକର ପରିସ୍ଥିତି। ଗତ କିଛି ବର୍ଷ ମଧ୍ୟରେ ଏହି କଭର ଡ୍ରାଇଭ ମଧ୍ୟ ମୋର ଦୁର୍ବଳତା ହୋଇଛି କିନ୍ତୁ ମୁଁ ଏହି ସଟରେ ବହୁତ ରନ କରିଛି। ମୁଁ ଭାବୁଛି ଏହି ମ୍ୟାଚ କେବଳ ମୋର ସଟ ଉପରେ ଧ୍ୟାନ ଦେବା ବିଷୟରେ ଥିଲା ଏବଂ ମୁଁ ମାରିଥିବା ପ୍ରଥମ ଦୁଇଟି ବାଉଣ୍ଡାରୀ କଭର ଡ୍ରାଇଭ ଥିଲା। ତେଣୁ ମୋତେ ଏହାକୁ ଟିକେ ସାହସର ସହିତ ନେବାକୁ ପଡିଲା।

ବିରାଟ ଆହୁରି କହିଛନ୍ତି, କାରଣ ଯେତେବେଳେ ମୁଁ ଏପରି ସଟ ମାରିଥାଏ, ମୁଁ କ୍ରିଜରେ ନିଜକୁ ନିୟନ୍ତ୍ରଣ ଅନୁଭବ କରେ। ତେଣୁ ଏହା ବ୍ୟକ୍ତିଗତ ଭାବରେ ମୋ ପାଇଁ ଏକ ଭଲ ଇନିଂସ ଥିଲା ଏବଂ ଏହା ଏକ ମହାବିଜୟ ଥିଲା। ବ୍ୟକ୍ତିଗତ ଭାବରେ ଏକ ମହାନ ଦିନ ଥିଲା।
ବିରାଟ କୋହଲି କିଛି ସମୟ ଧରି ସ୍ପିନରମାନଙ୍କ ବିପକ୍ଷରେ ଦୁର୍ବଳ ଦେଖାଯାଉଛନ୍ତି। ସେ ଗତ ୫ ଥର ଦିନିକିଆରେ ଲେଗ ସ୍ପିନରଙ୍କ ବିପକ୍ଷରେ ଆଉଟ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ସ୍ପିନରମାନଙ୍କ ବିପକ୍ଷରେରେ ବହୁତ ସତର୍କତାର ସହିତ ଖେଳିବା ଦେଖାଯାଇଥିଲା। ସେ ତାଙ୍କ ଇନିଂସରେ ମୋଟ ୭ଟି ଚୌକା ମାରିଥିଲେ, କିନ୍ତୁ ସ୍ପିନରମାନଙ୍କ ବିପକ୍ଷରେ ସେ କେବଳ ୧ଟି ଚୌକା ମାରିପାରିଥିଲେ, ଏହି ଚୌକାଟି ମଧ୍ୟ ମ୍ୟାଚ୍‌ର ଶେଷ ବଲ୍‌ରେ ଆସିଥିଲା।

 

View this post on Instagram

 

A post shared by Team India (@indiancricketteam)


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri