Posted inଖେଳ

ବିରାଟଙ୍କ ଭଳି ଆଉ କେହି ନାହାନ୍ତି, ଆଇସିସି ଟାଇଟଲ ଜିତିବାରେ ସେ ଆଗରେ

ନୂଆଦିଲ୍ଲୀ, ୨୫।୧: ଆଇସିସି ଟାଇଟଲ ଜିତିବା କ୍ଷେତ୍ରରେ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅଛନ୍ତି। କୋହଲି ହେଉଛନ୍ତି ଏଭଳି ଖେଳାଳି ଯିଏକି ଏ ପର୍ଯ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ଆଇସିସି ଟାଇଟଲ ଜିତିଛନ୍ତି। କୋହଲିଙ୍କୁ ୨୦୨୩ ପାଇଁ ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଟାଇଟଲ ସହିତ କୋହଲିଙ୍କ ନାମରେ ମୋଟ ୧୦ଟି ବ୍ୟକ୍ତିଗତ ଆଇସିସି ପୁରସ୍କାର ରହିଛି।

ଆଇସିସି ଟାଇଟଲ ଜିତିବା ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ପୂର୍ବତନ ଉଇକେଟ୍‌ କିପର ବ୍ୟାଟର୍‌ କୁମାର ସଙ୍ଗକାରା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏସ୍‌ ଧୋନି ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଉଭୟ ଖେଳାଳି ନିଜ ନିଜ କ୍ୟାରିଅରରେ ୪ଟି ବ୍ୟକ୍ତିଗତ ଆଇସିସି ଟାଇଟଲ ଜିତିଛନ୍ତି। ହେଲେ କୋହଲି ୧୦ଟି ବ୍ୟକ୍ତିଗତ ଆଇସିସି ଟାଇଟଲ ଜିତିଛନ୍ତି, ଅର୍ଥାତ୍‌ ଆଇସିସି ପୁରସ୍କାର ଜିତିବା କ୍ଷେତ୍ରରେ କୌଣସି ଖେଳାଳି କୋହଲିଙ୍କ ନିକଟତର ନୁହଁନ୍ତି।

କୋହଲି ପ୍ରଥମ ଥର ପାଇଁ ନୁହେଁ ବରଂ ଚତୁର୍ଥ ଥର ପାଇଁ ଆଇସିସି ଦିନିକିଆ କ୍ରିକେଟ ଅଫ ଦ ଇୟର ଜିତିଛନ୍ତି। ସେ ପ୍ରଥମେ ଏହି ଟାଇଟଲ ୨୦୧୨ରେ ଜିତିଥିଲେ, ଯେତେବେଳେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ବର୍ତ୍ତମାନ ସେ ୩୫ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଏହି ସମୟରେ କୋହଲି ୨୦୧୭ ଏବଂ ୨୦୧୮ ରେ ଆଇସିସି ଦିନିକିଆ ଆଇସିସି ଦିନିକିଆ କ୍ରିକେଟ ଅଫ ଦ ଇୟର ମଧ୍ୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?