Categories: ଖେଳ

ପିତା ହେବା କଥା ଶୁଣି ବିରାଟ କୋହଲିଙ୍କ ପ୍ରତିକ୍ରିୟା ଥିଲା ଏମିତି, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୨୧ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ସମୟରେ ସେ ତାଙ୍କ ସ୍ବାମୀଙ୍କ ସହ ୟୁଏଇ ଅଛନ୍ତି। ବିରୁଷ୍କା ପ୍ରଥମ ସନ୍ତାନ ଆସିବା ନେଇ ବହୁତ ଖୁସି ଏବଂ ତାଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ କୋହଲି ନିଜ ପ୍ରଥମ ସନ୍ତାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆରସିବିର ୟୁଟ୍ୟୁବ ପ୍ରୋଗ୍ରାମ ବୋଲ୍ଡ ଡାଏରୀଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କୋହଲି ପିତା ହେବା ଖବର ଶୁଣିବା ମାତ୍ରେ ମୁଁ ଖୁସିରେ ଆତ୍ମହରା ହୋଇଯାଇଥିଲି। ତାହା ଅବିଶ୍ୱସନୀୟ ଅନୁଭବ ଥିଲା। ଯାହାକୁ ମୁଁ ଶବ୍ଦରେ ମଧ୍ୟ ବୟାନ କରିପାରିବି ନାହିଁ। ଏହି ଖବରକୁ ଘୋଷଣା କରିବା ଦିନ ମୋ ପାଦ ଭୂମିରେ ନ ଥିଲା। ଏହାପରେ ସମସ୍ତଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି କୋହଲି କହିଛନ୍ତି। ସୂଚନାଯୋଗ୍ୟ, ବିରାଟ କୋହଲି ଆଇପିଏଲ୍‌ ଖେଳିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଅନୁଷ୍କା ମଧ୍ୟ ଯାଇଛନ୍ତି। ସେଠାକୁ ଯିବା ପରେ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଥିଲେ। ସେଠାରେ ନିଜ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସର ସାଥୀ ଖେଳାଳିଙ୍କ ସହ କେକ୍‌ କାଟି ବିରୁଷ୍କା ସେଲିବ୍ରେସନ କରିଥିଲେ।

Share