Posted inଖେଳ

IPLରେ ଏହି ବୋଲରଙ୍କୁ ଅଧିକ ଡରନ୍ତି କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୩: ବିରାଟ କୋହଲିଙ୍କ ନାମ କ୍ରିକେଟ ଜଗତର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଆଗରେ ସର୍ବୋତ୍ତମ ବୋଲରମାନେ ମଧ୍ୟ ଫିକା ଦେଖାଯାଆନ୍ତି, କିନ୍ତୁ ଆଇପିଏଲ ଆରମ୍ଭ ହେବା ପୂର୍ବରୁ, ସେ ପ୍ରକାଶ କରିଛନ୍ତି ଯେ ଏପର୍ଯ୍ୟନ୍ତ କେଉଁ ବୋଲରଙ୍କୁ ସେ ସବୁଠାରୁ ଭୟ କରନ୍ତି। ଯାହାଙ୍କ ବିପକ୍ଷରେ ତାଙ୍କୁ ରନ ସ୍କୋର କରିବା କଷ୍ଟକର ମନେହୁଏ।

ପୂର୍ବତନ RCB ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଆଇପିଏଲରେ ସର୍ବାଧିକ ରନ ସ୍କୋରର। ତାଙ୍କ ନାମରେ ୮୦୦୪ ରନ ଅଛି। ବୁମରାଙ୍କ ବିଷୟରେ କହିବାକୁ ଗଲେ, ସେ ବିରାଟ କୋହଲିଙ୍କ ପ୍ରଥମ ଆଇପିଏଲ ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚରେ ସେ କୋହଲିଙ୍କ ସମେତ ୩ ଟି ଉଇକେଟ୍‌ ନେଇଥିଲେ। ବୁମରା ବର୍ତ୍ତମାନ ସବୁଠାରୁ ବିପଜ୍ଜନକ ବୋଲରମାନଙ୍କ ମଧ୍ୟରୁ ଜଣେ ଏବଂ ବିରାଟ କୋହଲି କହିଛନ୍ତି ବୁମ୍‌ରାଙ୍କ ସାମ୍ନାକରେ ଖେଳିବା କଷ୍ଟକର ହୋଇପଡେ।

RCB ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ବିରାଟ କୋହଲି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜସପ୍ରିତ ସମସ୍ତ ଫର୍ମାଟରେ ବିଶ୍ୱର ସର୍ବୋତ୍ତମ ବୋଲର। ସେ ମୋତେ IPLରେ ଅନେକ ଥର ଆଉଟ କରିଛନ୍ତି, ମୁଁଆଇପିଏଲରେ ସଫଳତାର ସହ ସ୍ଥାନ ପାଇଛି। ତେଣୁ ଯେତେବେଳେ ତାଙ୍କ ବିପକ୍ଷରେ ବ୍ୟାଟିଂ କରିବାକୁ ଆସେ, ମୁଁ ଭାବୁଛି ଏହା ମଜାଦାର ହେବ। ଯେତେବେଳେ ଆମେ ନେଟ୍ସରେ ପରସ୍ପରର ମୁହାଁମୁହିଁ ହେଉ, ସେତେବେଳେ ମଧ୍ୟ ଏହା ଏକ ମ୍ୟାଚ ପରି ଅନୁଭବ ହୁଏ। ଏହା ଏପରି ଲାଗେ ଯେପରି ଆମେ ଆଇପିଏଲରେ ଏକ ମ୍ୟାଚ ଖେଳୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri