Categories: ଜାତୀୟ

ପ୍ରଥମଥର ଗୋଟିଏ ବିମାନରେ ଇଂଲଣ୍ଡ ଯିବେ ମହିଳା, ପୁରୁଷ କ୍ରିକେଟ୍‌ ଦଳ

ନୂଆଦିଲ୍ଲୀ,୧୮।୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଜୁନ ୨ରେ ଉଭୟ ଦଳ ମୁମ୍ବାଇରୁ ବିଦାୟ ନେବେ। ସାଉଥମ୍ପଟନରେ ଜୁନ୍‌ ୧୮ରୁ ୨୨ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଡବ୍ଲୁଟିସି ଫାଇନାଲ ଖେଳାଯିବ। ଏଥି ସହିତ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଏକ ଟେଷ୍ଟ, ତିନୋଟି ଏକଦିବସୀୟ ଏବଂ ତିନୋଟି ଟି -୨୦ ମ୍ୟାଚ ଖେଳିବାକୁ ପଡିବ। ଭାରତ ଖେଳାଳିଙ୍କୁ ଇଂଲଣ୍ଡ ବ୍ରିଟେନ ସରକାର ଅନୁମୋଦନ କରିଛନ୍ତି। କରୋନା କାରଣରୁ ଭାରତ ଏବେ ରେଡ୍‌ ଲିଷ୍ଟରେ ଅଛି।

Share