Categories: ଖେଳ

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା। କିଏ ଆଗ କଟାକ୍ଷ କରିଥିଲା ଜଣାପଡ଼ି ନ ଥିଲେ ହେଁ ଘଟଣା ଏବେ ଭିନ୍ନ ମୋଡ ନେଇପାରେ ବୋଲି କୁହାଯାଉଛି। ଯଦି ଏହି ମାମଲା ଆଗକୁ ବଢ଼େ ତେବେ ବିରାଟଙ୍କ ଉପରେ ଦୁଇ ମ୍ୟାଚ୍‌ ପାଇଁ ବ୍ୟାନ୍‌(ପ୍ରତିବନ୍ଧକ)ଲାଗିପାରେ।

ବର୍ତ୍ତମାନ କୋହଲିଙ୍କର ଦୁଇ ସକ୍ରିୟ ଡିମେରିଟ୍‌ ପଏଣ୍ଟ ରହିଛି। ଆଇସିସିର ନିୟମ ଅନୁଯାୟୀ, କୌଣସି ଖେଳାଳି ୨୪ ମାସ ଅବଧିମଧ୍ୟରେ ଚାରିରୁ ଅଧିକ ଡିମେରିଟ୍‌ ପଏଣ୍ଟ ହାସଲ କରୁଛି ତେବେ ଏହା ସସ୍‌ପେନ୍ସନ୍‌ ପଏଣ୍ଟରେ ପରିବର୍ତ୍ତିତ ହୋଇଥାଏ। ଦୁଇ ନିଲମ୍ବନ ଅଙ୍କ ଥିଲେ ଖେଳାଳି ଉପରେ ଗୋଟିଏ ଟେଷ୍ଟ ଅଥବା ଦୁଇ ଦିନିକିଆ ନଚେତ ଦୁଇ ଟି୨୦ ମ୍ୟାଚ୍‌ ପାଇଁ ପ୍ରତିବନ୍ଧକ ଲାଗିପାରେ। ଏଣୁ ବଟ୍‌ଲରଙ୍କ ସହ କଥା କଟାକଟିକୁ ନେଇ ଆଇସିସିର ନିୟମ ଅନୁଯାୟୀ ଅଭଯୋଗ ଲାଗିପାରେ। ଏହା ଚିନ୍ତାର କାରଣ ପାଲଟିପାରେ। ହେଲେ ଏବେ ଯାଏ ଆଇସିସି ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ।

Share