Categories: ଖେଳ

ଇତିହାସ ରଚିଲେ ବିରାଟ କୋହଲି: ସଚିନଙ୍କ ସାମ୍ନାରେ ୫୦ତମ ଶତକ ହାସଲ ପରେ କଲେ ସଲାମ

ମୁମ୍ବାଇ,୧୫।୧୧: ଶେଷରେ ପ୍ରତୀକ୍ଷାରେ ଅବସାନ ଘଟିଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମହାରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ୍‌ ସେମିଫାଇନାଲରେ କୋହଲି ୫୦ତମ ଶତକ ହାସଲ କରିଛନ୍ତି। ଏହି ସମୟରେ ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଶତକ ଅର୍ଜନ ପରେ ପଡ଼ିଆରୁ ତାଙ୍କୁ ସଲାମ କରିଥିଲେ କୋହଲି। ଦିନିକିଆରେ ୫୦ତମ ଶତକ ହାସଲ କରିବାରେ କୋହଲି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୧୧୭ ରନ୍‌ରେ ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share