Categories: ଖେଳ

ଜନ୍ମଦିନରେ ‘ମହାରେକର୍ଡ’ କଲେ ବିରାଟ କୋହାଲି

କୋଲକାତା,୫।୧୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨ ଇନିଂସରେ ସଚିନ ୪୯ଟି ଶତକ ଅର୍ଜନ କରିଥିଲେ। କୋହଲି ୨୭୭ ଇନିଂସରେ ଏହା କରି ଦେଖାଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଏହା କୋହଲି ୨ୟ ଶତକ।

Share