Categories: ଖେଳ

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ ନେତୃତ୍ୱରେ ଦଳ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ମାତ୍ର ଅଢ଼େଇ ଦିନରେ ଅଷ୍ଟ୍ରେଲିଆ ଏହି ଦିବାରାତ୍ର ଟେଷ୍ଟକୁ ୮ ଉଇକେଟରେ ହାତେଇ ନେଇଥିଲା। ଏଥିସହ ବିରାଟ ନିଜ ଅଧିନାୟକତ୍ୱରେ ଟେଷ୍ଟ କ୍ରିକେଟରେ ପରାଜୟରେ ହାଟ୍ରିକ୍‌ କରିଛନ୍ତି। ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ତିନୋଟି ମ୍ୟାଚ୍‌ ହାରିଛି ଭାରତ। ପୂର୍ବରୁ ବର୍ଷ ଆରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୦-୨ରେ ହାରିଥିଲା ଭାରତ। ଏହାପରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ହାରି ବିରାଟ ପରାଜୟରେ ହାଟ୍ରିକ୍‌ କରିଛନ୍ତି।

ସେହିଭଳି ବିରାଟ ଟସ୍‌ ଜିତିବା ପରେ ମ୍ୟାଚ୍‌ ଜିତିବା ରେକର୍ଡ ମଧ୍ୟ ଶେଷ ହୋଇଛି। ଆଡିଲେଡ୍‌ ଟେଷ୍ଟ ପୂର୍ବରୁ ଟସ୍‌ ଜିତିଥିବା ମ୍ୟାଚ୍‌ରେ ଭାରତ ଜିତି ଆସୁଥିଲା। ହେଲେ ତାହା ଭାଙ୍ଗିଛି। ଏହି ମ୍ୟାଚ୍‌ ପୂର୍ବରୁ ବିରାଟ ୨୫ଟି ମ୍ୟାଚ୍‌ରେ ଟସ୍‌ ଜିତିଥିବା ବେଳେ ୨୧ ମ୍ୟାଚ୍‌ରେ ଦଳ ବିଜେତା ହୋଇଥିଲା ଏବଂ ୪ ମ୍ୟାଚ୍‌ ଡ୍ର ହୋଇଥିଲା।

ଏହାଛଡ଼ା ୨୦୨୦ରେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରିବାରେ ବିଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମାତ୍ର ୧୧ରନ୍‌ ଅନ୍ତରରେ ଶତକ ମାରିବାରୁ ସେ ବଞ୍ଚିତ ହୋଇଥିଲେ। ଆଇପିଏଲ୍‌ରେ ମଧ୍ୟ ଗୋଟିଏ ଥର ସେ ଶତକ କରିପାରି ନ ଥିଲେ।

Share