Categories: ଖେଳ

ବିଶ୍ୱକପ୍‌ ପରେ ପୁଣି ମଇଦାନକୁ ଫେରିବାକୁ ପ୍ରସ୍ତୁତ କୋହଲି, ଟେଷ୍ଟ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା କଲେ ଯାତ୍ରା

ନୂଆଦିଲ୍ଲୀ,୧୫।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ ରେ ଭାରତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲା । ଟିମ ଇଣ୍ଡିଆ କ୍ରମାଗତ ୧୦ ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏହି ବିଶ୍ୱକପ୍‌ରେ ବିରାଟ କୋହଲି ସର୍ବାଧିକ ୭୩୫ ରନ୍‌ ସ୍କୋର କରିଥିଲେ, ଯେଉଁଥିରେ ତାଙ୍କର ହାରାହାରି ୯୫ରୁ ଅଧିକ ଥିଲା। ଏଭଳି ଚମତ୍କାର ପଦର୍ଶନ ପରେ କୋହଲିଙ୍କୁ ନିରାଶାର ସମ୍ମୁଖୀନ ହେବାକୁ ପଡିଲା, ଦୁଃଖ ଦୂର କରିବାକୁ ସେ ପ୍ରାୟ ୨୦ ଦିନ ବିଶ୍ରାମ ନେଇଥିଲେ ଏବଂ ସମସ୍ତ ପ୍ରକାର କ୍ରିକେଟ ଠାରୁ ଦୂରେଇ ରହିଥିଲେ।

ଏବେ ପୁଣି ଥରେ କୋହଲି ଏକ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପ୍ରସ୍ତୁତି ପାଇଁ ଦଶ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି। କୋହଲି କାଜୁଆଲ ଡ୍ରେସରେ ବିମାନବନ୍ଦରରେ ନଜର ଆସିଛନ୍ତି। ବିରାଟ ବିମାନବନ୍ଦର କର୍ମଚାରୀଙ୍କୁ ମଧ୍ୟ ସେଲଫି ଦେଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share