Categories: ଖେଳ

ଏହି କ୍ରିକେଟର ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ ବିରାଟ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ନିମନ୍ତେ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍‌ ରଖିବା ପାଇଁ ଏବେ କୋହଲି ବିଶେଷ ଧ୍ୟାନ ଦେଉଛନ୍ତି। କିନ୍ତୁ ଜାଣିଛନ୍ତି କି, ବିରାଟ ଫିଟ୍‌ନେସ୍‌ ମନ୍ତ୍ର କାହାଠୁ ଶିଖିଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କ୍ରିକେଟର ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ଦୀପିକା ପାଲିକଲ। ଦେଶର ଜଣାଶୁଣା ସ୍କ୍ବାସ୍‌ ଖେଳାଳି ଦୀପିକା ହିଁ ବିରାଟଙ୍କୁ ଫିଟ୍‌ ରହିବାର ଟିପ୍ସ ଦେଇଥିଲେ। ଏହାର ଖୁଲାସା ଟିମ୍‌ ଇଣ୍ଡିଆର ପୂର୍ବତନ ଟ୍ରେନର ଶଙ୍କର ବାସୁ କରିଛନ୍ତି। ୨-୩ବର୍ଷ ପୂର୍ବରୁ ଆଇପିଏଲ୍‌ ଚାଲିଥିବାବେଳେ ଦୀପିକା ଏବଂ କୋହଲିଙ୍କ ମଧ୍ୟରେ ଭେଟ ହୋଇଥିଲା। ଏହି ଅବସରରେ ଦୀପିକା ଫିଟ୍‌ନେସ୍‌ ଉପରେ କୋହଲିଙ୍କୁ ମନ୍ତ୍ର ଦେଇଥିଲେ।

Share