Posted inଖେଳ

୨୦୫୩ ଦିନ ପରେ ଟପ୍‌-୧୦ରୁ ବାଦ୍‌ ପଡ଼ିଲେ କୋହଲି

ଲଣ୍ଡନ,୬।୭ : ଇଂଲଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କୁ ବଡ଼ ଝଟ୍‌କା ଲାଗିଛି। ବୁଧବାର ଘୋଷିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ତିନି ସ୍ଥାନ ତଳକୁ ଖସି ସେ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ପାଖାପାଖି ୬ ବର୍ଷ ଅର୍ଥାତ୍‌ ୨୦୫୩ ଦିନ ପରେ କୋହଲି ଟପ୍‌-୧୦ରୁ ବାଦ୍‌ ପଡିଛନ୍ତି। ଏଜବାଷ୍ଟନ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରିବା ପରେ ଭାରତୀୟ ଉଇକେଟ କିପର ରିଷଭ ପନ୍ତ ନମ୍ବର-୫ରେ ପ୍ରବେଶ କରିଛନ୍ତି।
ଇଂଲଣ୍ଡ ବିପକ୍ଷରେ କୋହଲି କେବଳ ୧୧ ଏବଂ ୨୦ ରନ୍‌ ସ୍କୋର କରିଥିଲେ, କିନ୍ତୁ ପନ୍ତ ପ୍ରଥମ ଇନିଂସରେ ମାତ୍ର ୧୧୧ ବଲରୁ ୧୪୬ ରନ ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତକୁ ଶୀର୍ଷରେ ରଖିବାରେ ସାହାଯ୍ୟ କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ ୫୭ ରନ କରିଥିଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋର ରୁଟ୍‌ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିରାଟ କୋହଲି ୨୦୧୮ରେ ନମ୍ବର-୧ରେ ପହଞ୍ଚିଥିଲେ। ତାଙ୍କର ବ୍ୟାଟିଂ ରେଟିଂ ୯୩୭ ଥିଲା। ବର୍ତ୍ତମାନ ବିରାଟ କୋହଲି ନମ୍ବର -୧୩ରେ ପହଞ୍ଚିଛନ୍ତି ଏବଂ ତାଙ୍କ ବ୍ୟାଟିଂ ରେଟିଂ ୭୧୪ ରହିଛି।
ବିରାଟ କୋହଲି ଦୀର୍ଘ ଦିନ ହେବ ଖରାପ ଫର୍ମରେ ଅଛନ୍ତି। ୨୦୧୯ରେ ସେ ଶେଷ ଶତକ ଅର୍ଜନ କରିଥିଲେ। ତସେବେଠାରୁ ସେ ଅନ୍ତର୍ଜାତୀୟ କ୍ରିକେରେ ଆଦୌ ଶତକ ମାରିନାହାନ୍ତି। ଇତିମଧ୍ୟରେ ସେ ୭୫ଟି ପାଳି ଖେଳି ସାରିଛନ୍ତି। ତାଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ପାଖାପାଖି ୩୬ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri