Categories: ଖେଳ

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି ଜିତିଥିଲା। ପରେ ଗାଙ୍ଗୁଲି ବାଲକୋନିରୁ ନିଜ ଶରୀରରୁ ଜର୍ସି କାଢି ସେଲିବ୍ରେସନ କରିଥିଲେ। ଏହି ମୂହୁର୍ତ୍ତ ଏବେ ମଧ୍ୟ ଦର୍ଶକଙ୍କ ହୃଦୟରେ ରହିଛି। ଏବେ ଲର୍ଡସ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଚାଲିଥିବାବେଳେ ଅଧିନାୟକ ବିରାଟ କୋହଲି ଏକ ଫଟୋ ଭାଇରାଲ ହୋଇଛି। ଫଟୋରେ କୋହଲି ନାଗିନ୍‌ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ରୋଚକ କଥା ହେଉଛି ଯେଉଁଠି ଗାଙ୍ଗି ନିଜ ଜର୍ସି ଓହ୍ଲାଇ ସେଲିବ୍ରେସନ କରିଥିଲେ ସେଠି କୋହଲି ନାଚୁଛନ୍ତି। ଏହି ଫଟୋରେ ମୟଙ୍କ ଅଗ୍ରଓ୍ବାଲ, କେଏଲ୍‌ ରାହୁଲ ଏବଂ ମହମ୍ମଦ ସିରାଜ କୋହଲିଙ୍କ ନୃତ୍ୟ ଉପଭୋଗ କରୁଥିବାର ଦେଖାଯାଇଛି।

Share