Posted inଖେଳ

ଆଇପିଏଲ୍‌:ରେକର୍ଡ ବ୍ରେକର ବିରାଟ

କ୍ରିକେଟ ଇତିହାସର ସମସ୍ତ ଫର୍ମାଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଧ୍ୟ ତାଙ୍କ ରେକର୍ଡ ଅତି ଚମତ୍କାର। ସେ ଏ ପର୍ଯ୍ୟନ୍ତ ୧୮୪ ଇନିଂସ ଖେଳି ୩୮.୧୬ ଆଭରେଜ ଏବଂ ୧୩୦.୭୩ ଷ୍ଟ୍ରାଇକ୍‌ରେଟ୍‌ରେ ୫୮୭୮ ରନ ସଂଗ୍ରହ କରିସାରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ନେତୃତ୍ୱ ନେଉଥିବା କୋହଲିଙ୍କ କ୍ୟାରିୟରରେ ଏକମାତ୍ର ଅବସୋସ ରହିଛି, ତାହା ହେଉଛି ଆଇପିଏଲ ଟାଇଟଲ। ଏଥର କୋହଲି ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ଅଛନ୍ତି। ଏହା ବ୍ୟତୀତ ଆଗାମୀ ଆଇପିଏଲରେ କେତେକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଅଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ।
୧୨୨: ବିରାଟ ଆଉ ୧୨୨ ରନ କରିପାରିଲେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୬୦୦୦ ରନ ପୂରଣ କରିବେ। କୋହଲି ୫୮୭୮ ରନ କରି ଟପ୍‌ ସ୍କୋରର ତାଲିକାର ଶୀର୍ଷରେ ଥିବାବେଳେ ସୁରେଶ ରାଇନା ଓ ଡେଭିଡ ଓ୍ବାର୍ନର ପଛକୁପଛ ରହିଛନ୍ତି।
୨୬୯: ଓଭରଅଲ୍‌ ଟି୨୦ କ୍ରିକେଟରେ କୋହଲି ୨୮୯ ଇନିଂସରୁ ୯୭୩୧ ରନ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ୧୦,୦୦୦ କ୍ଲବରେ ପହଞ୍ଚତ୍ବା ପାଇଁ ସେ ଆଉ ୨୬୯ ରନ ଆବଶ୍ୟକ କରୁଛନ୍ତି। ବର୍ତ୍ତମାନ କେବଳ ୩ ଖେଳାଳି ଏହି କ୍ଲବର ସଦସ୍ୟ ଅଛନ୍ତି। ସେମାନେ ହେଲେ କ୍ରିସ୍‌ ଗେଲ୍‌, କେରନ ପୋଲାର୍ଡ ଓ ସୋଏବ ମଲିକ। ରନ ଏଗ୍ରିଗେଟ ଚାର୍ଟରେ କୋହଲି ୬ ନମ୍ବରରେ ଅଛନ୍ତି। ୧୦,୦୦୦ ରନ କ୍ଲବରେ ଥିବା ୩ ଖେଳାଳିଙ୍କ ବ୍ୟତୀତ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଡେଭିଡ ଓ୍ବାର୍ନର ତାଙ୍କଠାରୁ ଉଚ୍ଚ ଏଗ୍ରିଗେଟରେ ଅଛନ୍ତି।
୫ ଶତକ: ବିରାଟ ଆଇପିଏଲରେ ୫ଟି ଶତକ ହାସଲ କରି ସାରିଛନ୍ତି। ଏହା ମଧ୍ୟରୁ କେବଳ ୨୦୧୬ରେ ସେ ୪ ଶତକ ଅର୍ଜନ କରିଛନ୍ତି। ଆଇପିଏଲ ଇତିହାସରେ ତାଙ୍କଠାରୁ କେବଳ ଅଧିକ ଶତକ କ୍ରିସ୍‌ ଗେଲ୍‌ ହାସଲ କରିଛନ୍ତି। ଗେଲ୍‌ଙ୍କ ୬ ଶତକ ରେକର୍ଡକୁ କୋହଲି ଆଗାମୀ ଆଇପିଏଲରେ ଅତିକ୍ରମ କରିବା ଆଶା କରାଯାଉଛି।
୨୦୦+ ପାର୍ଟନରଶିପ୍‌(୩): ଆଇପିଏଲ ଇତିହାସରେ ମାତ୍ର ୪ଥର ୨୦୦+ ପାର୍ଟନରଶିପ୍‌ ହୋଇଛି। ଏହା ମଧ୍ୟରୁ ୩ଟିରେ ବିରାଟ କୋହଲିଙ୍କ ଭାଗୀଦାରି ସାମିଲ। ୨୦୧୬ରେ ସେ ଆରସିବି ପକ୍ଷରୁ ଏବି ଡି’ଭିଲର୍ସଙ୍କ ସହିତ ଗୁଜରାଟ ଲାୟନ୍ସ ବିପକ୍ଷରେ ବେଙ୍ଗାଲୁରୁଠାରେ ୨୨୯ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ସେହିପରି ୨୦୧୫ରେ ସେ ମୁମ୍ବାଇଠାରେ ଡିଭିଲର୍ସଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୧୫ ଏବଂ ୨୦୧୨ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ କ୍ରିସ୍‌ ଗେଲ୍‌ଙ୍କ ସହ ଦିଲ୍ଲୀଠାରେ ୨୦୪ ରନର ଭାଗୀଦାରି ସୃଷ୍ଟି କରିଥିଲେ।
୯୭୩: ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ବିରାଟଙ୍କ ନାମରେ ରହିଛି। ୨୦୧୬ ସଂସ୍କରଣରେ ସେ ୧୬ ମ୍ୟାଚରୁ ୧୫୨.୦୩ ଆଭରେଜରେ ୯୭୩ ରନ କରିଥିଲେ। ଏହା ମଧ୍ୟରେ ୪ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ଥିଲା। ଏହା ଏପରି ଏକ ରେକର୍ଡ ଯେ ଯେଉଁଠାରେ ପହଞ୍ଚତ୍ବା ପାଇଁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଲାଗି କଷ୍ଟକର ହେବ ନିଶ୍ଚିତ।
୨୦୦ ମ୍ୟାଚରୁ ୮ ଦୂର: ଆଇପିଏଲରେ ୨୦୦ ମ୍ୟାଚ ଖେଳିବାଠାରୁ କୋହଲି ମାତ୍ର ୮ ସଂଖ୍ୟା ଦୂରରେ ଅଛନ୍ତି। ଏହା ହେଲେ ସେ ମହେନ୍ଦ୍ର ସିଂ ଧୋନୀ (୨୦୪) ଓ ରୋହିତ ଶର୍ମା (୨୦୦)ଙ୍କ କ୍ଲବରେ ସାମିଲ ହୋଇଯିବେ। ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ସେ ଧୋନୀ, ରୋହିତ, ଦୀନେଶ କାର୍ତ୍ତିକ (୧୯୬) ଓ ସୁରେଶ ରାଇନା (୧୯୩)ଙ୍କ ପଛକୁ ୫ ନମ୍ବର ସ୍ଥାନରେ ଅଛନ୍ତି। ତେବେ କୋହଲି ସମସ୍ତ ମ୍ୟାଚ ଗୋଟିଏ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri