Posted inଖେଳ

ଅପେକ୍ଷାର ଫଳ ମିଠା, ପୁରୁଣା ରୂପରେ…

ନୂଆଦିଲ୍ଲୀ,୨୦।୫: କଥାରେ ଅଛି ଅପେକ୍ଷାର ଫଳ ମିଠା। ସେଭଳି କିଛି ଘଟିଛି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ। ଦୀର୍ଘ ୩ ବର୍ଷ ହେଲା ଫର୍ମରେ ନ ଥିବାକୁ ନେଇ ସମାଲୋଚିତ ହୋଇ ଆସୁଛନ୍ତି ସେ। ବ୍ୟକ୍ତିଗତ ଭାବେ ବିଫଳ ହେବା ଯୋଗୁ ସେ ଅଧିନାୟକ ପଦ ମଧ୍ୟ ଛାଡ଼ି ଖେଳାଳି ଭାବେ ଦଳ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରିଥିଲେ। ଏହା ସତ୍ତ୍ୱେ ବିଫଳ ହୋଇ ଆସୁଥିଲେ ବିରାଟ। ହେଲେ ଚଳିତ ଆଇପିଏଲ୍‌ ସିଜନ୍‌ରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ସେ। ଆବଶ୍ୟକତା ସମୟରେ ୭୩ ରନ୍‌ର ଇନିଂସ କରି ଦଳକୁ ଜିତାଇଛନ୍ତି ସେ। ଏଥିଲାଗି ତାଙ୍କୁ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ଭାବେ ଚୟନ କରାଯାଇଥିଲା।

ବିରାଟଙ୍କ ଏହି ଇନିଂସ ତାଙ୍କର ଶୁପ୍ତ ଆତ୍ମବିଶ୍ୱାସକୁ ଉଠାଇବ ବୋଲି କୁହାଯାଉଛି। ଏହି ପାଳିରେ ପ୍ରଶଂସକ ତାଙ୍କୁ ପୁରୁଣା ରୂପରେ ଦେଖିଥିଲେ। ବିରୋଧି ଦଳର ବୋଲର୍‌ଙ୍କ ଉପରେ ଭାରି ପଡ଼ିଥିଲେ ସେ। ଯେତେବେଳେ ସେ ମହମ୍ମଦ ଶାମୀଙ୍କ ବଲ୍‌ରେ ପ୍ରଥମ ଶଟ୍‌ ମାରିଥିଲେ ସେତେବେଳେ ଦିନ ତାଙ୍କର ହୋଇପାରେ ବୋଲି ଭାବିଥିବା ସେ ପ୍ରକାଶ କରିଛନ୍ତି।
୨୦୧୯ରେ ଶେଷଥର ପାଇଁ ବିରାଟ ଶତକ ମାରିଥିଲେ। ଏହାପରଠାରୁ ସେ ଶତକଟିଏ ମାରି ନାହାନ୍ତି। କେବଳ ଏତିକି ନୁହେଁ ରନ୍‌ କରିବାରେ ମଧ୍ୟ ସେ ବିଫଳ ହେଉଛନ୍ତି। ଆଇପିଏଲ୍‌ ୨୦୨୨ରେ ସେ ୩ ଥର ଗୋଲ୍ଡେନ୍‌ ଡକ୍‌ରେ ଆଉଟ୍‌ ହୋଇ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ।

ତେବେ ବିରାଟ ଏଯାବତ ୧୪ ମ୍ୟାଚ୍‌ ଖେଳିଥିବା ବେଳେ ୩୦୯ ରନ୍‌ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ରହିଛି। ଏହାଛଡ଼ା ତାଙ୍କ ପାଳିରେ ୩୦ ଚୌକା ଏବଂ ୭ ଛକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri