Categories: ଖେଳ

ଶୀର୍ଷରେ ବାବର, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ସଦ୍ୟ ଜାରି ହୋଇଥିବା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଭାରତୀୟ ସୀମିତ ଓଭର ଟିମ୍‌ର କ୍ୟାପଟେନ ହୋଇଥିବା ରୋହିତ ଶର୍ମା ଆଇସିସି ର଼୍ୟାଙ୍କିଂରେ ସେ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। କୋହଲିଙ୍କର ୮୩୬ ରେଟିଂ ଥିବା ବେଳେ ରୋହିତଙ୍କର ୮୦୧ ପଏଣ୍ଟ ରହିଛି। ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରିଥିବା ଓପନିଂ ବ୍ୟାଟର୍‌ ଶିଖର ଧାୱନ ର଼୍ୟାଙ୍କିଂରେ ଲମ୍ବା ଡିଆଁ ମାରିଛନ୍ତି। ଗତ ସିରିଜରେ ୧୬୯ ରନ କରିଥିବା ଧାୱନ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ କାଏମ ରହିଛନ୍ତି। ସେହିପରି ଋଷଭ ପନ୍ତ ୫ଟି ସ୍ଥାନ ଉପରକୁ ଉଠି ୮୨ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ ଯଶପ୍ରୀତ ବୁମ୍‌ରା ସପ୍ତମ ସ୍ଥାନ ବଜାୟ ରଖିଛନ୍ତି।

ଦେଖନ୍ତୁ ପୁରା ଖେଳାଳିଙ୍କ ତାଲିକା:

Share