Posted inଖେଳ

ଭାରତକୁ ବିଜୟ ଦେଲା କୋହଲି, ଇଶାନଙ୍କ ପାଓ୍ବାରଫୁଲ ହାଫ୍‌ ସେଞ୍ଚୁରୀ

ଅହମ୍ମଦାବାଦ,୧୪।୩ : ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଅଧିନାୟକ କୋହଲି ଓ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଇଶାନ କିଷାନଙ୍କ ପାଓ୍ବାରଫୁଲ ଅର୍ଦ୍ଧଶତକ ବଳରେ ଭାରତକୁ ମିଳିଛି ଏହି ବିଜୟ। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର ସ୍ଥିତିରେ ପହଞ୍ଚିଛି।

ପ୍ରଥମ ମ୍ୟାଚ୍‌ ଭଳି କାକର ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଥମେ ବୋଲିଂ ବାଛିଥିଲେ ଟସ୍‌ ଜିତିଥିବା ଅଧିନାୟକ। ଏଥର ଭଲ ଥିଲା କୋହଲିଙ୍କ ଭାଗ୍ୟ। ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ବଡ଼ ସ୍କୋର ଛିଡ଼ା କରିପାରି ନ ଥିଲା ଇଂଲଣ୍ଡ। ଭ୍ରମଣକାରୀ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ଜାସନ ରୟ ୪୬, ଅଧିନାୟକ ଇଆନ ମୋର୍ଗାନ ୨୮, ଦାଓ୍ବିଦ ମଲାନ ଓ ବେନ ଷ୍ଟୋକ୍ସ ୨୪ ରନ୍‌ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର ହାତେଇଥିଲେ ୨ ଲେଖାଏ ଉଇକେଟ। ଜବାବରେ ଇଂଲଣ୍ଡ ଭଳି ଭାରତ ମଧ୍ୟ ପ୍ରଥମ ଓଭରରେ ହିଁ ହରାଇଥିଲା ତା’ର ଓପନରଙ୍କ ଉଇକେଟ। ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହେବା ପରେ ଅଧିନାୟକ କୋହଲି ଓ ଇଶାନ ଦ୍ୱିତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ବିସ୍ଫୋରକ ୯୪ ରନ୍‌ । ଇତି ମଧ୍ୟରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ ଇଶାନ। ସେ ଆଉଟ୍‌ ହେବା ପୂର୍ବରୁ ୩୨ ବଲରେ ୫ ଚୌକା ଓ ୪ ଛକା ବଳରେ ୫୬ ରନ୍‌ କରିଥିଲେ। ଏହାପରେ ଋଷଭ ପନ୍ତଙ୍କ ସହ ମିଶି ଦଳୀୟ ସ୍କୋରରେ ୩୬ ରନ୍‌ ଯୋଡ଼ିଥିଲେ କୋହଲି। ଏଥି ଯୋଗୁ ୧୭.୫ ଓଭରରେ ହିଁ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭାରତ। କୋହଲି ସର୍ବାଧିକ ୭୩ ( ୫ ଚୌକା ଓ ୩ ଛକା) ଓ ଶ୍ରେୟାସ ଆୟାର ୬ ରନ୍‌ କରି ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri