ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ସେ ଯଥାକ୍ରମେ ୩, ୧ ଓ ୧୪ ରନ୍‌ ସଂଗ୍ରହ କରିଛନ୍ତି। ତେବେ ଶନିବାର ବିରାଟଙ୍କ ନିକଟରେ ଏକ କୀର୍ତ୍ତିମାନ ସ୍ଥାପନ କରିବାର ସୁଯୋଗ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଯଦି ଆଉ ୮୨ ରନ୍‌ ସଂଗ୍ରହ କରନ୍ତି ତେବେ ଟି୨୦ରେ ୯ ହଜାର ରନ୍‌ ପୂରଣ କରିବେ। କୋହଲି ଆଇପିଏଲ୍‌ରେ ୧୮୦ ମ୍ୟାଚ୍‌ ଖେଳି ୫,୪୩୦ ରନ୍‌ କରିଛନ୍ତି। ଯାହା ମଧ୍ୟରେ ୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ ରହିଛି। ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସେ ସର୍ବାଗ୍ରେ ରହିଛନ୍ତି। କିନ୍ତୁ କୋହଲି ଓଭରଅଲ୍‌ (ଜାତୀୟ, ଅନ୍ତର୍ଜାତୀୟ ଓ ଟି୨୦ ଲିଗ୍‌) ତାଙ୍କ ଟି୨୦ କ୍ୟାରିୟରରେ ୮୯୧୮ ରନ୍‌ କରିଛନ୍ତି। ଯଦି ସେ ଶନିବାର ରାଜସ୍ଥାନ ବିପକ୍ଷରେ ୮୨ ରନ୍‌ ସଂଗ୍ରହ କରନ୍ତି ତେବେ ଟି୨୦ରେ ୯ ହଜାର ରନ୍‌ ପୂରଣ କରିବେ। ଏଥିସହ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିବେ। ତେବେ ମୋଟ୍‌ ଉପରେ ବିଶ୍ୱର ୭ମ ବ୍ୟାଟ୍ସମ୍ୟାନ ଭାବେ କୋହଲି ଟି୨୦ରେ ଏହି ମାଇଲଖୁଣ୍ଟ ଛୁଇଁବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ମେରି କମ

ଲଣ୍ଡନ,୩୦।୬:‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ବକ୍ସର ମେରି କମ। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ବାର୍ଷିକ ୟୁକେ-ଇଣ୍ଡିଆ ଆଓ୍ବାର୍ଡ ସମାରୋହରେ...

ଭାରତକୁ ୧୭୭ ରନ୍‌ର ଟାର୍ଗେଟ

ରାଞ୍ଚି,୨୭।୧: ଦିନିକିଆ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି ଭାରତ। ଶୁକ୍ରବାର ସିରିଜର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍‌...

ନକ୍‌ଆଉଟ୍‌ରେ ଡେନ୍‌ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ

କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍‌ମାର୍କ ୟୁରୋ କପ୍‌ ଗ୍ରୁପ୍‌ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍‌ ବ୍ୟବଧାନରେ ପରାସ୍ତ...

ଚ୍ୟାଲେଞ୍ଜ୍‌ କପ୍‌ ଭଲିବଲ: ସେମିରେ ଭାରତ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇଣ୍ଡୋନେସିଆର ଇଷ୍ଟ ଜାଭାସ୍ଥିତ ଗ୍ରେସିକ୍‌ଠାରେ ଚାଲିଥିବା ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜ୍‌ କପ୍‌ର...

ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌

ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ...

କୋହଲିଙ୍କୁ ଏହି କାମ କରିବା ପାଇଁ ବାଧ୍ୟ କରିଥିଲେ ରିଷଭ ପନ୍ତ: ମିଳିଲା ସଫଳତା

ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର...

ଇତିହାସ ରଚିଲେ ଅବିନାଶ

ହାଙ୍ଗଝୋ,୧।୧୦: ଭାରତର ତାରକା ଆଥଲେଟ ଅବିନାଶ ସାବ୍‌ଲେ ଇତିହାସ ସୃଷ୍ଟି କରିଛନ୍ତି। ସେ ହାଙ୍ଗଜୋ ଏସିଆନ ଗେମ୍ସରେ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ...

ଶେଫ୍‌ଙ୍କ ଅନଧିକାର ପ୍ରବେଶ: ଫିଫାର ସମୀକ୍ଷା

ଜୁରିଚ୍‌, ୨୪।୧୨(ଏପି): କାତାର ବିଶ୍ୱକପ୍‌ ବେଳେ ଜଣେ ଶେଫ୍‌ (ରୋଷେୟା)ଙ୍କ ‘ଅନଧିକାର ପ୍ରବେଶ’କୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ...

Advertisement
Archives

Model This Week