Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ବିରାଟ କୋହଲି

ସେଞ୍ଚୁରିଅନ,୨୬।୧୨: ସେଞ୍ଚୁରିଅନ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ କୌଣସି ବଲ ନ ଖେଳି ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ହାସଲ କରିଥିଲେ। ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟସ ପାର୍କରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବିରାଟ ସୁପର ସ୍ପୋର୍ଟସ ପାର୍କରେ ଟସ ଜିତିବା ମାତ୍ରେ ଏକ ରେକର୍ଡ କରିଥିଲେ। ସେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଥର ଟସ ଜିତିବା ଅଧିନାୟକ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିରାଟ ତାଙ୍କ ଅଧିନାୟକତ୍ୱରେ ୩୦ ଥର ପାଇଁ ଟସ ଜିତିଥିଲେ। କିଙ୍ଗ କୋହଲି ପୂର୍ବରୁ ଜିତିଥିବା ୨୯ଟି ଟସରେ ଭାରତ ୨୩ଟି ମ୍ୟାଚ ଜିତିବାରେ ସଫଳ ହୋଇଥିଲା।

Share