ଏହି ଛୋଟ ବାଳକଙ୍କ ନୃତ୍ୟ ଦେଖି ବୋଲ୍ଡ ହେଲେ କୋହଲି; ଅସାଧାରଣ କହିବା ସହ…

ବମ୍ବେ: ‘ସୁପର ଡ୍ୟାନ୍ସର-୪’ ପ୍ରତିଯୋଗୀ ସଞ୍ଚିତ ଚନାନାଙ୍କ ପ୍ରଶଂସାରେ ଶତମୁଖ ହେଲେ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି। କ୍ରିକେଟର ସୋସିଆଲ ଆକାଉଣ୍ଟରେ ସଞ୍ଚିତଙ୍କ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଏଥିସହ ଏକ ନୋଟ୍‌ରେ କହିଛନ୍ତି, ସେ ଅତି ସହଜରେ କାହା ପ୍ରତିଭା ଦେଖି ମନ୍ତ୍ରମୁଗ୍ଧ ହୁଅନ୍ତି ନାହିଁ। ଅରିଜିତ ସିଂହ ଏକମାତ୍ର ଏଭଳି ବ୍ୟକ୍ତି ଯାହାଙ୍କ ପ୍ରତିଭା ତାଙ୍କୁ ଭାବୁକ କରେ। ହେଲେ ୟୁଟ୍ୟୁବ୍‌ରୁ ସଞ୍ଚିତଙ୍କ ନୃତ୍ୟ ତାଙ୍କ ଉପରେ ଦେଖିବା ପରେ ସେ ପ୍ରଭାବିତ ହୋଇଛି। ସଞ୍ଚିତ ଅସାଧାରଣ। ତାଙ୍କୁ ସଲାମ। ଭଗବାନ ତାଙ୍କର ମଙ୍ଗଳ କରନ୍ତୁ। ତାଙ୍କ ନୃତ୍ୟ ଦେଖି ଲୋମ ଟାଙ୍କୁରି ଗଲା ବୋଲି ବିରାଟ କହିଛନ୍ତି।

କହିରଖୁଛୁ, ଗତ ସିଜିନ୍‌ରେ ସଞ୍ଚିତଙ୍କୁ ଅଡିଶନ୍‌ରୁ ରିଜେକ୍ଟ କରିଦିଆଯାଇଥିଲା। ହେଲେ ଚଳିତ ସିଜିନ୍‌ରେ ସେ ବହୁତ ଭଲ ନୃତ୍ୟ କରି ବାହାବାଃ ସାଉଟି ଥିଲେ। ସଞ୍ଚିତ ଏବଂ ତାଙ୍କ ସୁପର୍‌ ଗୁରୁ ବର୍ତ୍ତିକା ଝା ‘ସୁପର ଡ୍ୟାନ୍ସର-୪’ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ହେଲେ ଫ୍ଲୋରିନା ଗୋଗୋଇ ଫାଇନାଲ୍‌ ଟ୍ରଫି ଜିତିଥିଲେ। ଫଳରେ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ ସଞ୍ଚିତ। ପୁରସ୍କାର ବାବଦକୁ ତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଶୋ’ର ପ୍ରଯୋଜକଙ୍କଠାରୁ ଫ୍ରିଜ୍‌ ଏବଂ ଏୟାର ପ୍ୟୁରିଫାୟର ସହ ପାର୍ଟନର ବ୍ୟାଙ୍କରୁ ୫୧ହଜାର ଟଙ୍କା ଜମାପୁଞ୍ଜି ପ୍ରମାଣପତ୍ର ଦିଆଯାଇଥିଲା।

Share