Categories: ଖେଳ

ରାଗିଗଲେ ବିରାଟ କୋହଲି: ଡ୍ରେସିଂ ରୁମ୍‌ରେ ମୁଣ୍ଡ ପିଟିଲେ

ଚେନ୍ନାଇ,୯।୧୦: ବିଶ୍ୱକପ୍‌ ୨୦୨୩ରେ ଚେନ୍ନାଇ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଘରୋଇ ଦଳ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତୁ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। କିନ୍ତୁ ଦଳ ବିଜୟର ଦ୍ୱାରରେ ଥିବାବେଳେ ସେ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପରେ ସେ ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରି ନ ଥିଲେ। ଡ୍ରେସିଂ ରୁମକୁ ଯାଇ ହାତରେ ନିଜ ମୁଣ୍ଡକୁ ପିଟୁଥିବାର ନଜର ଆସିଥିଲେ। ବିରାଟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ମ୍ୟାଚରେ ବିରାଟ କୋହଲି ୧୧୬ ବଲରେ ୮୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଟିମ ଇଣ୍ଡିଆ ଜିତିବା ପାଇଁ ୩୩ ରନ ଆବଶ୍ୟକ କରୁଥିବାବେଳେ ସେ ନିଜ ଉଇକେଟ ହରାଇଥିଲେ। ଜୋଶ ହାଜଲେଉଡଙ୍କ ବଲରେ ସେ ଲାବୁସାଗ୍ନେଙ୍କୁ କ୍ୟାଚ୍‌ ଦେଇଥିଲେ। ଯଦି ସେ ଆଉଟ୍‌ ହୋଇ ନ ଥାନ୍ତେ, ତେବେ ସେ ତାଙ୍କର ୪୮ତମ ଦିନିକିଆ ଶତକକୁ ସହଜରେ ସମାପ୍ତ କରିପାରିଥାନ୍ତେ। ଏହି ଭୁଲ ଯୋଗୁ ବିରାଟ ନିରାଶ ହୋଇଥିଲେ। ସେ ଡ୍ରେସିଂ ରୁମରେ ପହଞ୍ଚିବା ମାତ୍ରେ ଯେତେବେଳେ ସେ ତାଙ୍କ ସଟ୍‌ ରିପ୍ଲେ ଦେଖିଲେ, ସେ ବହୁତ ନିରାଶ ହୋଇଥିଲେ।

Share