Posted inଖେଳ

ପୁଣି ଥରେ ପଦାରେ ପଡ଼ିଲା ଆରସିବିର ଦୁର୍ବଳତା

ଅହମ୍ମଦାବାଦ,୩୦।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଦୁର୍ବଳତା ପୁଣି ଥରେ ପଦାରେ ପଡ଼ିଛି। ଟପ୍‌ ଅର୍ଡର ଉପରେ ହିଁ ଆର୍‌ସିବି ସମ୍ପୂର୍ଣ୍ଣ ନିର୍ଭରଶୀଳ। ଉପର କ୍ରମର ଷ୍ଟାର ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଲେ, କଥା ଶେଷ। ସେଭଳି କିଛି ଦୃଶ୍ୟ ଶୁକ୍ରବାର କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଦେଖିବାକୁ ମିଳିଲା। ଲୋକେଶ ରାହୁଲଙ୍କ ପଞ୍ଜାବ ୩୪ ରନ୍‌ରେ ବାଙ୍ଗାଲୋରକୁ ହରାଇ ଦେଇଛି। ବିଜୟ ଯୋଗୁ ୬ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଉଠିଛି ପଞ୍ଜାବ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ୩ୟ ସ୍ଥାନ ବଜାୟ ରଖିଛି ବାଙ୍ଗାଲୋର (୧୦ ପଏଣ୍ଟ)।

ଇନିଂସ ଆରମ୍ଭରୁ ଅଧିନାୟକ ରାହୁଲ ଓ କ୍ରିସ ଗେଲ୍‌ ପଡ଼ିଆର ଚାରିଆଡ଼େ ଛକା, ଚୌକାର ବର୍ଷା କରିଥିଲେ। ଦ୍ୱିତୀୟ ଉଇକେଟ ଲାଗି ୭ ଓଭରରେ ୮୦ ରନ୍‌ କରିଥିଲେ ଏହି ଦୁଇ ବ୍ୟାଟ୍ସମ୍ୟାନ। ଗେଲ (୪୬ ରନ୍‌, ୬ ଚୌକା ଓ ୨ ଛକା)ଙ୍କ ଉଇକେଟ ସହ ମ୍ୟାଚ୍‌କୁ ଫେରିଥିଲା ଆରସିବି। ମାତ୍ର ୧୯ ରନ୍‌ରେ ୪ ଉଇକେଟ ହରାଇ ଦିଗହରା ହୋଇଯାଇଥିଲା ପଞ୍ଜାବର ଇନିଂସ। କିନ୍ତୁ ଶେଷକୁ ରାହୁଲ ଓ ହରପ୍ରୀତ ଦଳକୁ ଦେଇଥିଲେ ଭଲ ଫିନିଶ। ଦୁହେଁ ଅନ୍ତିମ ୩୨ ବଲରେ ଦଳୀୟ ସ୍କୋରରେ ଯୋଡ଼ି ଥିଲେ ୬୧ ରନ୍‌। ଫଳରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା ପଞ୍ଜାବ। ରାହୁଲ ୯୧ *(୭ ଚୌକା ଓ ୫ ଛକା) ଓ ବ୍ରାର ୨୫* (୧ ଚୌକା ଓ ୨ ଛକା) ରନ୍‌ କରିଥିଲେ।

ଜବାବରେ କୋହଲି(୩୫)ଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଥିଲେ ଆର୍‌ସିବିର ପ୍ରତ୍ୟେକ ବ୍ୟାଟ୍ସମ୍ୟାନ। ଗ୍ଲେନ ମ୍ୟାକ୍ସଓ୍ବେଲ (୦) ଓ ଏବି ଡି’ ଭିଲର୍ସ (୩)ଙ୍କ ଉଇକେଟ ପଡ଼ିବା ପରେ ଆତ୍ମସମର୍ପଣ କରିଦେଇଥିଲା ଆରସିବି। ଶେଷ ଆଡ଼କୁ ହର୍ଶଲ ପଟେଲ (୩୧ ରନ୍‌, ୩ ଚୌକା ଓ ୨ ଛକା) ଓ କାଇଲ ଜାମିଶନ (୧୧ ରନ୍‌, ୧ ଲେଖାଏ ଚୌକା ଓ ଛକା) କିଛି ବଡ଼ ଶଟ୍‌ ଖେଳିଥିଲେ। ଫଳରେ ବାଙ୍ଗାଲୋର ୮ ଉଇକେଟ ହରାଇ ୧୪୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri