Categories: ଖେଳ

ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ: କାହିଁକି ନିଜ ଦଳର ଖେଳାଳିଙ୍କୁ ଏମିତି କହିଥିଲେ କୋହଲି

ଲଣ୍ଡନ,୧୭।୮: ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ଆକ୍ରୋଶ ପାଇଁ ଜଣାଶୁଣା। ସେ ବ୍ୟାଟିଂ ହେଉ କିମ୍ବା ଫିଲ୍ଡିଂ ଉଭୟ ଫ୍ରଣ୍ଟରେ ସେ ଶତପ୍ରତିଶତ ଦିଅନ୍ତିି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ଆକ୍ରୋଶର ଶିଖରରେ ଥିଲା। ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ଭାରତ ଇଂଲଣ୍ଡକୁ ବିଜୟ ପାଇଁ ୨୭୨ ରନର ଟର୍ଗେଟ ଦେଇଥିଲା। ମ୍ୟାଚ୍‌ ଡ୍ର’ ଆଶ କରାଯାଉଥିବାବେଳେ ବିରାଟ କୋହଲି ନିଜ ଖେଳାଳିଙ୍କୁ ପଡ଼ିଆରେ ଯାହା କହିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ଟିମ ହଡଲରେ ବିରାଟ କୋହଲି ତାଙ୍କ ଖେଳାଳିଙ୍କୁ ୬୦ ଓଭରରେ ସର୍ବୋତ୍ତମ ଫିଲ୍ଡିଂ କରିବାକୁ କହିଥିଲେ। ଏହାସହ ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ..। ଏହି ୬୦ ଓଭରରେ ଶ୍ରେଷ୍ଠ ଫିଲ୍ଡିଂ କରିବାକୁ ପଡିବ। ବିରାଟ କୋହଲିଙ୍କ ଏହି ବାର୍ତ୍ତା ଶେଷରେ କାମ ଦେଲା। ଭାରତୀୟ ଦ୍ରୁତ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଫଳରେ ଭାରତ ମ୍ୟଚ୍‌କୁ ୧୫୧ ରନ୍‌ରେ କରାସ୍ତ କରିଥିଲା।

Share