Categories: ଖେଳ

ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…

ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ କେଉଁ କାରଣରୁ ଏହା ଘଟିଛି ସ୍ପଷ୍ଟ ହୋଇନାହିଁ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିରୋଧୀ ଟିମ୍‌କୁ ଭାରତୀୟ ଦଳ ୨୨୫ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରିବାକୁ ଇଂଲଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିଲା। ଓପନର ଜୋସ ବଟଲର(୫୨) ଡେଭିଡ ମଲାନ୍‌(୬୮)ଙ୍କ ସହ ମିଶି ୧୩୦ ରନ୍‌ର ଶତକୀୟ ଭାଗିଦାରୀ କରିଥିଲେ। ହେଲେ ୧୩ ଓଭରର ଭୁବନେଶ୍ୱର କୁମାରଙ୍କ ୫ମ ବଲ୍‌ରେ ବଟଲର କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ନିଜର ଉଇକେଟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ଭାରତୀୟ ଖେଳାଳିଙ୍କୁ ଚାହିଁ କିଛି କହିଥିଲେ। ଏହା ବିରାଟକୁ ଆଘାତ ଦେଇଥିଲା। ଏଣୁ ସେ ବଟ୍‌ଲରଙ୍କ ସହ ସିଧା କଥା ହେବାକୁ ଚାଲିଆସିଥିଲେ। ମାମଲା ସେତିକିରେ ଥଣ୍ଡା ପଡ଼ି ନ ଥିଲା। ବଟଲର ଅଟକି ଯାଇ ବିରାଟଙ୍କୁ କିଛି କହିଥିଲେ। ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ଚାଲିଥିଲା। ଶେଷରେ ବିରାଟଙ୍କ କଥା ଶୁଣି ନ ପାରି ବଟଲର ମୁଣ୍ଡ ହଲାଇ ପଡ଼ିଆ ବାହାରକୁ ଚାଲିଯାଇଥିଲେ।

Share