Categories: ଖେଳ

ପାକିସ୍ତାନ ସୁପର ଲିଗ୍‌ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି

ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍‌ ମୁକାବିଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁଲ୍‌ତାନ ସୁଲ୍‌ତାନ ଏବଂ କ୍ୱେଟା ଗ୍ଲାଡିଏଟର ମଧ୍ୟରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ କୋହଲିଙ୍କ ଜଣେ ପ୍ରଶଂସକ ଖାସ୍‌ ବାର୍ତ୍ତା ଥିବା ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା।

ଗୋଟିଏପଟେ କୋଲକାତାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ କୋହଲି ଅର୍ଦ୍ଧଶତକ ଖେଳୁଥିଲେ। ଏହି ସମୟରେ ଲାହୋରର ଗାଡଫି ଷ୍ଟାଡିୟମରେ ପ୍ରଶଂସକଜଣଙ୍କ ହାତରେ କୋହଲିଙ୍କ ପାଇଁ ଏକ ଖାସ୍‌ ବାର୍ତ୍ତା ଲେଖିଥିବା ପୋଷ୍ଟର ଧରିଥିଲେ। ଏଥିରେ ‘ମୁଁ ଆପଣଙ୍କୁ ପାକିସ୍ତାନରେ ଶତକ ମାରିଥିବା ଦେଖିବାକୁ ଚାହୁଁଛି’ ବୋଲି ଲେଖାଥିଲା। ଏହି ପୋଷ୍ଟର ଏବେ ବେଶ ଭାଇରାଲ ହେଉଛି।

Share