Categories: ଖେଳ

ଏହି ଉପଲବ୍ଧି ହାସଲ କରିବାରେ ଧୋନୀଙ୍କ ସମକକ୍ଷ ହେଲେ କୋହଲି, ପ୍ରତିକ୍ରିୟାରେ କହିଲେ…

ଅହମ୍ମଦାବାଦ,୪।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସବୁଠାରୁ ଅଧିକ ଥର ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେବା ମାମଲାରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମକକ୍ଷ ହୋଇଛନ୍ତି। ଏହା ଅବିଶ୍ୱସନୀୟ। ଦଳରେ ବେଶ୍‌ ଭଲ ଖେଳାଳି ଅଛନ୍ତି, ଅଧିନାୟକ ଭାବେ ତାଙ୍କର ଦୃଷ୍ଟିକୋଣକୁ ସେମାନେ ସାର୍ଥକ କରିଛନ୍ତି ବୋଲି କୋହଲି କହିଛନ୍ତି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ଅଧିନାୟକ ଭାବେ ୬୦ତମ ଟେଷ୍ଟ ଅଟେ। ଅପରପକ୍ଷେ ଧୋନୀ ନିଜର ୭ବର୍ଷର ଅଧିନାୟକ କ୍ୟାରିୟରରେ ସମାନ ଟେଷ୍ଟରେ ନେତୃତ୍ୱ ନେଇଥିଲେ। ନିକଟରେ କୋହଲି ସବୁଠାରୁ ଅଧିକଥର ମ୍ୟାଚ୍‌ ଜିତିବା ମାମଲାରେ ଧୋନୀକୁ ପଛରେ ପକାଇଥିଲେ।

 

Share