Categories: ଖେଳ

ଏମିତି ଫଟୋ ଛାଡିଲେ କୋହଲି: ପ୍ରଶଂସକ ହେଲେ ଖୁସି

ଦୁବାଇ,୨୦।୧୦:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମରେ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ବିରାଟ ଶେୟାର କରିଥିବା ଫଟୋରେ କୋହଲି ଏବ ଅନୁଷ୍କାଙ୍କ ସହ ସକାଳ ଜଳଖିଆ ଖାଉଛନ୍ତି ଝିଅ ଭାମିକା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅବଶ୍ୟ ଫଟୋରେ ଭାମିକାଙ୍କ ମୁହଁ ଦେଖାଯାଉନି। ନିକଟରେ ଅନୁଷ୍କା ମଧ୍ୟ ଝିଅର ଫଟୋ ଶେୟାର କରିଥିଲେ। ଫଟୋରେ ସେ ବାବା କୋହଲିଙ୍କ ସହ ଖେଳୁଥିବାର ଦେଖାଯାଇଥିଲା। କୋହଲି ଏବେ ଟି-୨୦ ବିଶ୍ୱକପ୍‌ ପାଇଁ ଦୁବାଇରେ ଅଛନ୍ତି। ତାଙ୍କ ସହ ଅନୁଷ୍କା ଏବଂ ଭାମିକା ମଧ୍ୟ ଅଛନ୍ତି। ଆଇପିଏଲ୍‌ ମଝିରେ ଅନୁଷ୍କା କିଛି କାମ ପାଇଁ ଭାରତ ଫେରିଥିଲେ। ଟି-୨୦ ବିଶ୍ୱକପ୍‌ ପୂର୍ବରୁ ସେ ପୁଣି ଦୁବାଇ ଫେରିଯାଇଛନ୍ତି।

Share